spot_img

Latest Posts

Diwali 2021: ଦୀପାବଳିରେ ଘରେ କରନ୍ତୁ ଏହି ୭ ଟି ଉପାୟ, ପ୍ରଶନ୍ନ ହେବେ ଧନଦାତ୍ରୀ

ଆସୁଛି ଆଲୋକର ପର୍ବ ଦୀପାବଳି । ଏହିଦିନ ସୁଖ, ସମୃଦ୍ଧି ଓ ବିଜୟ କାମନା କରି ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି ଲୋକେ। ତେଣୁ ଏହି ଦିନରେ ଘରକୁ ସଫା ସୁତୁରା ରଖାଯାଇ ବିଭିନ୍ନ ପ୍ରକାରର ରଙ୍ଗୀନ ଲାଇଟ୍‌ରେ ଘରକୁ ସାଜସଜ୍ଜା କରାଯାଇଥାଏ।

ଦୀପାବଳିରେ ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଲୋକମାନେ ବିଭିନ୍ନ ଉପାୟ କରିଥାନ୍ତି। କିନ୍ତୁ ବାସ୍ତୁଶାସ୍ତ୍ରରେ କିଛି ବିଶେଷ ଉପାୟ ରହିଛି ଯାହାକୁ ଦୀପାବଳି ଦିନ କରିଲେ ଦେବୀ ଲକ୍ଷ୍ମୀ ନିଶ୍ଚିତ ଆପଣଙ୍କ ଘରକୁ ଆସିବେ।

ଆସନ୍ତୁ ଜାଣିବା ମା ଲକ୍ଷ୍ମୀଙ୍କୁ ପ୍ରଶ୍ନ କରିବାର ୭ଟି ଉପାୟ

ଦୀପାବଳିରେ ଘର ଦ୍ୱାର ନିଶ୍ଚିତ ଭାବେ ସଫା କରନ୍ତୁ । ଘର ପୋଛିବା ସମୟରେ ପାଣିରେ ଟିକେ ଲୁଣ ପକେଇ ପୋଛନ୍ତୁ ।  ପୋଛିବା ପରେ ଘରେ ଧୂପକାଠି କିମ୍ବା ଝୁଣା ବୁଲାନ୍ତୁ । ମା ଲକ୍ଷ୍ମୀଙ୍କୁ ସୁଗନ୍ଧଭରା ବାତାବରଣ ଅତ୍ୟନ୍ତ ପସନ୍ଦ।

ବାସ୍ତୁଶାସ୍ତ୍ର ଅନୁାଯାୟୀ କୁହାଯାଇଛି ଯେ ଦୀପାବଳିରେ ଘରର ଚୌକାଠକୁ ନିଶ୍ଚିତଭାବେ ସଜାନ୍ତୁ ଏଥିପାଇଁ ମୁଖ୍ୟଦ୍ୱାରରେ ତୋରଣ ଓ ଫୁଲ ଲଗେଇବା ସହ ରଙ୍ଗୋଲି ବନାଇବା ଉଚିତ। ଆଉ ଦୀପରେ ମୁଖ୍ୟଦ୍ନାରକୁ ପ୍ରଜ୍ୱଳିତ କରିବା ଉଚିତ ।

ତୋରଣ କେବଳ ସାଜସଜ୍ଜା ପାଇଁ ହୋଇନଥାଏ । ଏହାର ଅନେକ ଧାର୍ମିକ ମହତ୍ତୱ ବି ରହିଛି। ଏହାକୁ ଘରର ମୁଖ୍ୟ ଦ୍ୱାରରେ ଲଗାଇବାଦ୍ୱାରା ଘର ଭିତରକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରନ୍ତି ନାହିଁ। ଫୁଲ ଆମ୍ବ କିମ୍ବା ଅଶୋକ ପତ୍ରରେ ପ୍ରସ୍ତୁତ ତୋରଣ ଲଗାଇଲେ ଭଳ ଫଳ ମିଳେ। କିନ୍ତୁ ଯଦି ଏହା ସମ୍ଭବ ନୁହେଁ ତେବେ ବଜାରରେ ମିଳୁଥିବା ତରୋଣ ବି ଲଗାଇପାରିବେ ।

ଦୀପାବଳି ପୂର୍ବରୁ ଘର ଭିତର ସହ ଘର ବାହାର ମଧ୍ୟ ସଫା ସୁତୁରା କରିଦିଅନ୍ତୁ। ଘରର ମୁଖ୍ୟଦ୍ୱାର ପାଖରେ ଯେମିତି ଅଳିଆ ନ ରୁହେ । ବାହାରେ ଯଦି ଇଟା ପଥର କି ଅନ୍ୟ କିଛି ଜିନିଷ ପଡ଼ିଥାଏ ତେବେ ଏହାକୁ ସଫା କରିଦିଅନ୍ତୁ । କାରଣ ଘରର ସମ୍ମୁଖରେ ଯଦି ସଫାସୁତୁରା ନ ରୁହେ ତେବେ ମାଆ ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ନାହିଁ ।

ଘରର ପ୍ରତ୍ୟେକ କୋଣରେ ଗଙ୍ଗାଜଳ ଛିଞ୍ଚନ୍ତୁ ।  ଯେମିତି କି ପୂଜା ପୂର୍ବରୁ ଘର ପବିତ୍ର ହୋଇଯିବ। ଏଥିସହ ଘରର ମୁଖ୍ୟ ଦ୍ୱାର ନିକଟରେ କାନ୍ଥରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ । ମାଆ ଲକ୍ଷ୍ମୀଙ୍କ ସ୍ୱାଗତ ସ୍ୱସ୍ତିକ ଚିହ୍ନ ସହ କରନ୍ତୁ । କାରଣ ମା ଲକ୍ଷ୍ମୀ ସ୍ୱସ୍ତୀକ ଚିହ୍ନ ପ୍ରତି ଆକର୍ଷିତ ହୋଇଥାନ୍ତି ।

ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିବାବେଳେ ସର୍ବତା ଉତ୍ତର ଦିଗକୁ ମୁହ କରି ପୂଜା କରନ୍ତୁ । ଲକ୍ଷ୍ମୀଙ୍କ ଫଟୋ ସହ କୁବେରଙ୍କ ଫଚୋବି ପୂଜା କରନ୍ତୁ।

ମନେରଖନ୍ତୁ ଲକ୍ଷ୍ମୀଙ୍କର ଏକା ପୂଜା କରିବା ଉଚିତ ନୁହେଁ। ଲକ୍ଷ୍ମୀଙ୍କ ସହ ଗଣେଷ ଓ ଦେବୀ ସରସ୍ୱତୀଙ୍କ ପ୍ରତିମା ମଧ୍ୟ ରଖନ୍ତୁ। କାରଣ ଧନ ତାଙ୍କୁ ହିଁ ମିଳେ ଯାହା ପାଖରେ ବୁଦ୍ଧି ଓ ବିବେକ ଥାଏ।

 

Latest Posts

Don't Miss