କୋଇଡ଼ାରେ ହାତୀ ଉପଦ୍ରବ, ଭାଙ୍ଗିଦେଲେ ତିନୋଟି ଘର
ବଣାଇ: ବଣାଇ ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ । ବଣାଇ ବନାଞ୍ଚଳର ତାମଡ଼ା ବନଖଣ୍ଡ, ଜରଡ଼ା ବନଖଣ୍ଡ ସମେତ କୋଇଡ଼ା ବନଖଣ୍ଡରେ ହାତୀ ମାତିଛନ୍ତି । ବନ ବିଭାଗ ପକ୍ଷରୁ ହାତୀଙ୍କୁ ଘଉଡ଼ାଇବା ପାଇଁ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ପ୍ରୟାସ ଅସଫଳ ହେଉଛି । ଫଳରେ ପ୍ରତିଦିନ କ୍ଷୟକ୍ଷତି ଘଟାଉଛନ୍ତି ହାତୀ ।
ଏଥିସହ ପଢ଼ନ୍ତୁ: ମନୀଷ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୋଲିସ
ଗତ ରାତିରେ ପୁଣି ଥରେ ହାତୀ କୋଇଡ଼ା ବନଖଣ୍ଡର କନ୍ତର କୋଇଡ଼ାରେ ଆତଙ୍କ ଖେଳାଇଛନ୍ତି । ହାତୀପଲ ତିନୋଟି ଘର ଭାଙ୍ଗିବା ସହ ଗଚ୍ଛିତ ଧାନ ଚାଉଳ ଖାଇ ଦେଇଛନ୍ତି । ବେଶ୍ କିଛିଦିନ ହେବ ହାତୀପଲ ଗାଁ ମୁହାଁ ହେଉଥିବାରୁ ଜଙ୍ଗଲ ନିକଟରେ ବସବାସ କରୁଥିବା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।