କୋଇଲା ଯୋଗାଣ ନହେଲେ ଅନ୍ଧାର ହୋଇଯିବ ଦିଲ୍ଲୀ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିୁଜଳି ସଂକଟ । କୋଇଲା ଅଭାବ ଦେଖା ଦେଇଥିବା ବେଳେ ଯଦି ଶୀଘ୍ର ଆବଶ୍ୟକ କୋଇଲା ଯୋଗାଣ ନହୁଏ, ତା’ହେଲେ ଦୁଇ ଦିନ ପରେ ପୂରା ଅନ୍ଧାର ହୋଇଯିବ ରାଜଧାନୀ । ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ସମେତ ଦେଶର ଅନେକ ରାଜ୍ୟ ଏବେ ବିଦ୍ୟୁତ୍ ସଂକଟ ଦେଇ ଗତି କରୁଛନ୍ତି । ଏହି ରାଜ୍ୟଗୁଡିକରେ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କିଛି ଦିନ ପାଇଁ ହିଁ କେବଳ କୋଇଲା ମହଜୁଦ୍ ଅଛି।
ଯଦି ସମସ୍ୟାର ସମାଧାନ ନ ହୁଏ ଉତ୍ତର ଭାରତ ବ୍ଲାକ ଆଉଟ୍ ହେଇଯିବ । କୋଇଲା ଯୋଗାଣକୁ ସ୍ୱାଭାବିକ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଦିଲ୍ଲୀ ଶକ୍ତି ମନ୍ତ୍ରୀ ସୈତେନ୍ଦ୍ର ଜୈନ୍ । ଆବଶ୍ୟକ କୋଇଲା ନ ମିଳିଲେ ପୁରା ଦିଲ୍ଲୀ ଅନ୍ଧକାର ହୋଇଯିବ । ଯେଉଁ ପାୱାର ପ୍ଲାଣ୍ଟରୁ ବିଦ୍ୟୁତ୍ ସପ୍ଲାଇ ହୋଇଥାଏ, ସେଠାରେ ଅତିକମ୍ରେ ମାସକ ପାଇଁ କୋଇଲା ଷ୍ଟକ୍ ରହିବା କଥା । ମାତ୍ର ଏବେ ଗୋଟିଏ ଦିନ ପାଇଁ ଷ୍ଟକ୍ ରହିଛି ।
ଏଥିସହ ପଢ଼ନ୍ତୁ: ଏହି ୪ କାରଣ ପାଇଁ ଦେଶରେ ଦେଖାଦେଇଛି କୋଇଲା ଅଭାବ
ଯଦି ଏହି ସମସ୍ୟା ସମାଧାନ ନହୁଏ ତେବେ ଏସବୁ ରାଜ୍ୟ ବ୍ଲାକ ଆଉଟ୍ ପରିସ୍ଥିତିର ସାମ୍ନା କରିପାରନ୍ତି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ ବିଜୁଳି କାଟ୍ ଆରମ୍ଭ ହୋଇଯାଇଛି । ସେପଟେ ରାଜ୍ୟଗୁଡ଼ିକର ଅଭିଯୋଗକୁ ଖଣ୍ଡନ କରିବା ସହ ଦେଶରେ ବିଦ୍ୟୁତ୍ ସଂକଟ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି ।