spot_img

Latest Posts

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ପୁଅ ସେକ୍ କାଦିରକୁ ଆଜୀବନ ଜେଲ୍

କେନ୍ଦ୍ରାପଡ଼ା: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ପୁଅ ସେକ୍‌ କାଦିର ଓରଫ ମୁନ୍ନାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରା ଜଜ୍ । ୨୦୧୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ସାର ବ୍ୟବସାୟୀ ସାହା ନବାଜ ଖାଁ ହତ୍ୟାମାମଲାରେ କାଦିର ଦୋଷୀ ସାବ୍ୟସ୍ତ ହୋଇଛି। ବ୍ୟବସାୟୀ ସାହା ନବାଜଙ୍କୁ ଦାଦାବଟି ମାଗି ବିଫଳ ହେଲା ପରେ ସେକ୍‌ କାଦିର ତାଙ୍କ ଦୋକାନରେ ପଶି ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହି ମାମଲାରେ ଅନ୍ୟ ୮ ଜଣ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଇଛି ।

ଦୁର୍ଦ୍ଦାନ୍ତ ଅପରାଧୀ ତଥା ବିଗତ ଦିନର ଗ୍ୟାଙ୍ଗଷ୍ଟାର ହାଇଦରର ବଡ଼ ପୁଅ ହେଉଛି ସେକ୍‌ କାଦିର। କାଦିର ନାଁରେ ବିଭିନ୍ନ ଥାନାରେ ପ୍ରାୟ ୩୦ରୁ ଅଧିକ ମାମଲା ରହିଛି। ଧମକ ଚମକ ଦେବା, ଦାଦାବଟି ଆଦାୟ, ହତ୍ୟା ଧମକ, ଟେଣ୍ଡର ଫିକ୍ସିଂ, ବୋମାମାଡ଼, ଲୁଟ, ହତ୍ୟା ପ୍ରଭୃତି ମାମଲାରେ ସେକ କାଦିରର ସମ୍ପୃକ୍ତି ରହିଛି। ନିକଟରେ ହାଇଦରର ମୃତ୍ୟୁ ପରେ ନିଜ ବାପାର ଅନ୍ତ୍ୟୋଷ୍ଟି କ୍ରିୟାରେ ଯୋଗଦେବା ପାଇଁ ସେକ କାଦିର ଜାମିନ ପାଇଁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ସୂଚନା ଯୋଗ୍ୟ ଯେ, ଗତ ଜୁଲାଇ ୨୫ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପୋଲିସ ଏନକାଉଣ୍ଟର ଶିକାର ହୋଇଥିଲା । ବାଲେଶ୍ୱର ଚିକିତ୍ସାଳୟରେ ପୋଷ୍ଟମର୍ଟମ କରାଯାଇଥିଲା । ଏବଂ ହାଇଦର ଶରୀରରୁ ମୋଟ ୪ଟି ଗୁଳି ବାହାରିଥିଲା । ସେଥିମଧ୍ୟରୁ ୩ଟି ଗୁଳି ନୂଆ, ଗୋଟିଏ ପୁରୁଣା ଥିଲା । ଜଙ୍ଘରୁ  ୨ଟି ଗୁଳି ବାହାରିଥିଲା ବେଳେ, ଗୋଟିଏ ନୂଆ, ଅନ୍ୟଟି ପୁରୁଣା ବୋଲି ସୂଚନା ଦେଇଛନ୍ତି ଡାକ୍ତର । ଛାତିରୁ ଗୋଟିଏ ଓ ପେଟରୁ ଗୋଟିଏ ଗୁଳି ମଧ୍ୟ ବାହାରିଥିବା କହିଥିଲେ ଡାକ୍ତର ।

ଏଥିସହିତ ପଢ଼ନ୍ତୁ: ପୋଷ୍ଟମୋର୍ଟମରେ ହାଇଦର ଦେହରୁ ବାହାରିଲା ୪ ଗୁଳି

Latest Posts

Don't Miss