spot_img

Latest Posts

ସୀମା ବିବାଦ କାରଣରୁ ୨୪ ଘଣ୍ଟା ଧରି ଝୁଲି ରହିଛି ନବବଧୂର ମୃତଦେହ

ଆନନ୍ଦପୁର: ଅଧା କେନ୍ଦୁଝର, ଅଧା ଯାଜପୁର। ଥାନାର ସୀମା ବିବାଦ ପାଇଁ ୨୪ ଘଣ୍ଟା ଧରି ଉଦ୍ଧାର ହୋଇପାରୁନି ନବବଧୂର ମୃତଦେହ। ବେଡ୍‌ରୁମ୍‌ରେ ଝୁଲୁଛି ନବବିବାହିତାଙ୍କ ମୃତଦେହ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଦୀପପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୀମା ବିବାଦ ଯୋଗୁ ୨୪ ଘଣ୍ଟା ଧରି ଝୁଲନ୍ତା ଅବସ୍ଥାରେ ରହିଛି ନବବଧୂର ମୃତଦେହ। ଘରଟି ଅଧା କେନ୍ଦୁଝର ଓ ଅଧା ଯାଜପୁର ଜିଲ୍ଲାରେ ଥିବାରୁ ବିବାଦ ସୃଷ୍ଟି ହୋଇଛି। ସୀମା ବିବାଦକୁ ନେଇ ମୃତଦେହ ଉଦ୍ଧାର ହେଉନଥିବାରୁ ଚାପା ଉତ୍ତେଜନା ଦେଖାଦେଇଛି।

ସେପଟେ ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତ ଜୁଲାଇ ମାସରେ ଯାଜପୁର ଜିଲ୍ଲା କୋରେଇ ଥାନା ପୁରୁଷୋତ୍ତମପୁର ବୋଇତେଇଙ୍କ ଝିଅ ହେମଲତାଙ୍କ ସହିତ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁର ବାଇଧର ବାରିକଙ୍କ ପୁଅ ହରିହରଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ପରେ ହେମଲତାଙ୍କୁ ଶାଶୂଘର ଲୋକ ନିର୍ଯାତନା ଦେଉଥିଲେ ବୋଲି ବାପଘର ଲୋକ ଅଭିଯୋଗ କରିଛନ୍ତି। ହେଲେ ସୀମା ବିବାଦରୁ ଆଜି ମଧ୍ୟାହ୍ନ ହେଲାଣି ଝୁଲନ୍ତା ମୃତଦେହକୁ କଢାଯାଇପାରିନି।

Latest Posts

Don't Miss