spot_img

Latest Posts

ସୁଚିନ୍ତିତ ଥିଲା ୨୦୨୦ ଦିଲ୍ଲୀ ହିଂସା, CCTV ଭାଙ୍ଗିବା ମଧ୍ୟ ଥିଲା ଯୋଜନାରେ ଅନ୍ତଭୁକ୍ତ: ହାଇକୋର୍ଟ

ନୂଆଦିଲ୍ଲୀ: ଭାରତ ଇତିହାସରେ ଦିଲ୍ଲୀ ଦଙ୍ଗା ଏକ କଳା ଇତିହାସ ହୋଇ ରହିଛି । ଦେଶର ଛାତି ଉପରେ ଯେଉଁ ଦଙ୍ଗା ହୋଇଥିଲା ତାହା ଏବେ ବି ମନେପଡିଲେ ଛାତି ଥରିଉଠୁଛି । ୨୦୨୦ ମସିହା ଫେବୃଆରୀ ୨୩ ତାରିଖରେ ଦିଲ୍ଲୀ ଦେଖିଥିଲା ଭୟଙ୍କର ଦୃଶ୍ୟ । ଏବେ ଏହାକୁ ନେଇ ଏକ ବଡ ରାୟ ଦେଇଛନ୍ତି ହାଇକୋର୍ଟ ।

ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି କରି କୋର୍ଟ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ତାହା ଜାଣିଲେ ଯେ କେହି ତାଜୁବ ହୋଇଯିବେ । ଦିଲ୍ଲୀରେ ହୋଇଥିବା ଦଙ୍ଗା ପୂର୍ବ ନିର୍ଦ୍ଧାରିତ ଥିଲା । ଏହା ଅଚାନକ୍‌ ହୋଇନଥିଲା ବରଂ ସୁଚିନ୍ତିତ ଉପାୟରେ ବହୁ ପୂର୍ବରୁ ଏଭଳି ନାରକୀୟ କାଣ୍ଡ ଭିଆଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଘଟଣାର କିଛି ଭିଡିଓ ଜରିଆରେ ଏଭଳି କହିଛନ୍ତି କୋର୍ଟ ।

ସୂଚନାଯୋଗ୍ୟ, ଗତ ସୋମବାର ଦିଲ୍ଲୀ ଦଙ୍ଗା ଘଟଣାରେ ଅଭିଯୁକ୍ତମାନେ ଜାମିନ ପାଇଁ ଆବେଦନ କରିଥିଲେ । ତେବେ ଜାମିନ ଆବେଦନକୁ ତୁରନ୍ତ ରଦ୍ଦ କରିବା ସହ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି କୋର୍ଟ । ଶୁଣାଣି କରି କୋର୍ଟ କହିଛନ୍ତି, ‘ଦିଲ୍ଲୀରେ ହିଂସାକାଣ୍ଡ ଘଟାଇବା ଏବଂ ଆଇନ ବ୍ୟବସ୍ଥାକୁ ପ୍ରଭାବିତ କରିବା ପାଇଁ ସୁଚିନ୍ତିତ ଭାବେ ଯୋଜନା ପ୍ରସ୍ତୁତ କରାଯାଇଥିଲା ।’

ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ‘ଭିଡିଓ ମୁତାବକ ପ୍ରଦର୍ଶନକାରୀଙ୍କ ଆଚରଣରୁ ଜଣାପଡୁଥିଲା ଯେ ଆଇନ ବ୍ୟବସ୍ଥା ଏବଂ ଜନଜୀବନକୁ ପ୍ରଭାବିତ କରିବା ପାଇଁ ହିଁ ପୂର୍ବ ନିର୍ଦ୍ଧାରିତ ଭାବେ ହିଂସାକାଣ୍ଡ ଘଟିଥିଲା । ଅର୍ଥାତ ଏହା ପୁରାପୁରି ଭାବେ ସୁଚିନ୍ତିତ ଯୋଜନା ଥିଲା । ଅତ୍ୟନ୍ତ ଅମାନୁଷିକ ଭାବେ ପୋଲିସର ଏକ ଟିମ ଉପ​‌ରେ ଦଙ୍ଗାକାରୀମାନେ ଲାଠି, ହକି ଷ୍ଟିକ୍‌ ଏବଂ ବ୍ୟାଟ୍‌ରେ ଆକ୍ରମଣ କରୁଥିଲେ । ବିରୋଧ ପ୍ରଦର୍ଶନ ବେଳେ ଆକ୍ରମଣକାରୀମାନେ ଖଣ୍ଡା ମଧ୍ୟ ଧରିଥିଲେ ।’

ସୂଚନାଯୋଗ୍ୟ, ୨୦୨୦ ଫେବୃଆରୀ ୨୩ ତାରିଖରେ ଆରମ୍ଭ ହୋଇ ଫେବୃଆରୀ ୨୯ ତାରିଖରେ ଶେଷ ହୋଇଥିଲା ଦିଲ୍ଲୀ ଦଙ୍ଗା । ସରକାରୀ ଭାବେ କହିବାକୁ ଗଲେ ପ୍ରାୟ ୫୩ ଜଣଙ୍କର ଏଥିରେ ମୃତ୍ୟୁ ହୋଇଥିଲା । ଯେଉଁଥିରେ ୩୬ ଜଣ ମୁସଲିମ ଏବଂ ୧୫ ଜଣ ହିନ୍ଦୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଚିହ୍ନଟ କରାଯାଇ ପାରିନଥିଲା । ତେବେ ବେସରକାରୀ ଭାବେ କହିବାକୁ ଗଲେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ଶୁଣାଯାଏ । ଦଙ୍ଗାରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ ଏବଂ ୨୨୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗିରଫ କରାଯାଇଥିଲା ।

Latest Posts

Don't Miss