spot_img

Latest Posts

ବାବା ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ୭ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ

ନୂଆଦିଲ୍ଲୀ: ବାବା ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା। ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ। ଅଭିଯୁକ୍ତମାନଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ମଞ୍ଜୁରି ମିଳିଛି। ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରି, ଆଧ୍ୟା ଓ ସନ୍ଦୀପ ତିଓ୍ବାରିଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦିଆଯାଇଛି। ଆସନ୍ତାକାଲି ସକାଳ ୯ଟାରୁ ସିବିଆଇ ତିନି ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେବ। ବାବାଙ୍କ ମୃତ୍ୟୁ ନେଇ ଅକ୍ଟୋବର ୪ ତାରିଖ ଯାଏ ୩ ଅଭିଯୁକ୍ତଙ୍କୁ ଝାଳବୁହା ପ୍ରଶ୍ନ କରିବ ସିବିଆଇ। ଏହା ପୂର୍ବରୁ ମଠରେ ସିବିଆଇ ପହଞ୍ଚିବା ସହ ମୃତ୍ୟୁକୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା।

ମହନ୍ତଙ୍କ ଶିଷ୍ୟ ବଲବର ଗିରିଙ୍କୁ ମଧ୍ୟ ପ୍ରଶ୍ନ କରିଥିଲା ସିବିଆଇ। ପ୍ରାୟ ୬ଘଣ୍ଟା ଧରି ସିବିଆଇ ମଠରେ ରହିବା ସହ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲା। ବାବାଙ୍କ ମୃତ୍ୟୁ ହୋଇଥିବା କୋଠରିରେ ମଧ୍ୟ ତନ୍ନତନ୍ନ ଯାଞ୍ଚ କରିଥିଲା ସିବିଆଇ। ଘଟଣାସ୍ଥଳରୁ କିଛି ସନ୍ଦେହଜନକ ତଥ୍ୟ ମିଳିବା ସହ କିଛି ଜିନିଷ ମଧ୍ୟ ଜବତ କରିଥିଲା।  ପୋଲିସ ପହଞ୍ଚିବା ପୂର୍ବରୁ ମଠରୁ ବାବାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ବାବା ନରେନ୍ଦ୍ରଗିରିଙ୍କ ମୃତଦେହ ଯେଉଁ ଫ୍ୟାନରେ ଝୁଲୁଥିବା କୁହାଯାଇଥିଲା ତାହା ଘୂରୁଥିବା ଦେଖିବାକୁ ମିଳିଥିଲା।

Latest Posts

Don't Miss