spot_img

Latest Posts

କୁନି ବୟସରେ ହାତେଇଛନ୍ତି ଇଣ୍ଡିଆ ବୁକ ରେକର୍ଡର ଟାଇଟଲ, ତାଙ୍କ ମୁହଁରେ ରହିଛି ସବୁ ପ୍ରଶ୍ନର ଉତ୍ତର

ସମ୍ବଲପୁର: ବୟସ ମାତ୍ର ୨ ବର୍ଷ ୧୦ ମାସ। ହେଲେ ବିଚକ୍ଷଣ ପ୍ରତିଭା। ନିଜର ଜ୍ଞାନ ପାଇଁ ଇଣ୍ଡିଆ ବୁକ୍ ରେକର୍ଡର ଅଧିକାରୀ। ସମ୍ବଲପୁରର ସୁଧିର ସାହୁ ଓ ସୁଶ୍ରୀ ସଙ୍ଗିତା ଜେନାଙ୍କ ଝିଅ ଶୁଭସ୍ମିତା। କଥା କହିଲେ ପାଟି ଲାଖି ଯାଉଛି। ହେଲେ ସଂସ୍କୃତ ଶ୍ଲୋକକୁ ଅନର୍ଗଳ କହି ସମସ୍ତଙ୍କ ମନ ମୋହୁଛନ୍ତି। ବିଜ୍ଞାନ ସମ୍ବନ୍ଧୀୟ ପିରିୟଡିକ ଟେବୁଲ କହି ଦେଖଣାହାରୀକୁ କରିଦେଉଛନ୍ତି ତାଜୁବ।

କେବଳ ସେତିକି ନୁହେଁ, ଇଂରାଜୀରେ ୧୧ଟି ପଶୁ, ୧୬ଟି ପନିପରିବା, ୬୦ରୁ ଉର୍ଦ୍ଧ୍ୱ ସାଧାରଣ ଜ୍ଞାନ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ନାଁ ଅନର୍ଗଳ କହୁଛନ୍ତି ଶୁଭସ୍ମିତା। ବୀପରିତ ଶବ୍ଦ, ୨୮ଟି ରାଜ୍ୟର ରାଜଧାନୀ, ଶରୀରର ୨୮ ଅଙ୍ଗପ୍ରତ୍ୟଙ୍ଗର ନାଁ କହି ସେ ଏହି ଇଣ୍ଡିଆ ବୁକ ରେକର୍ଡର ଅଧିକାରୀ ହୋଇଛନ୍ତି।

ତେବେ ଝିଅର ପ୍ରତିଭା ପାଇଁ ମା ବାପା ବେଶ ଖୁସି ବୋଲି କହିଛନ୍ତି। ତେବେ ଝିଅକୁ ସବୁବେଳେ ପାଠପଢାଉଥିବା ମା ଇଣ୍ଡିଆ ବୁକରେ ଝିଅର ନାଁ ଆସିଲା ପରେ ଆଗକୁ କେମିତି ଆହୁରି ଭଲ ପାଠପଢିବ ସେନେଇ ବେଶ ପରିଶ୍ରମ କରୁଛନ୍ତି। ଯେଉଁ ବୟସରେ ପିଲା ଏବିସିଡିରେ ବ୍ୟସ୍ତ ସେହି ବୟସରେ ଏତେ ସବୁ ଶିଖିବା ନିଶ୍ଚିତ ଭାବରେ ପ୍ରଶଂସା ଯୋଗ୍ୟ।

 

Latest Posts

Don't Miss