spot_img

Latest Posts

ମୋ ସ୍ତ୍ରୀ ମୋତେ CSKର ଜର୍ସି ପିନ୍ଧିବାକୁ ଦେଉ ନାହିଁ, ଷ୍ଟାଡିୟମରେ ପ୍ଲାକାର୍ଡ ଧରି ପହଞ୍ଚିଲେ ସ୍ୱାମୀ

ନୂଆଦିଲ୍ଲୀ: UAE ରେ ଚାଲିଛି ଧମାଧମ୍‌ କ୍ରିକେଟ ଆଇପିଏଲ୍‌। କରୋନା କଟକଣା କାରଣରୁ UAEର ଆଇପିଏଲ୍‌ ଆୟୋଜନ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ଯେ ଆଇପିଏଲ୍‌ର ସିଜିନ୍‌ ୧୪ରେ ଫ୍ୟାନ୍‌ ମାନଙ୍କୁ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ଅନୁମତି ଦିଆଯାଇଛି। ଯେଉଁଥିପାଇଁ ଦର୍ଶକମାନେ ଷ୍ଟାଡିୟମରେ ସେମାନଙ୍କର ପ୍ରିୟ ଦଳ ଏବଂ ପ୍ରିୟ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି।

ତେବେ ଆଇପିଏଲରେ ପ୍ରତି ବର୍ଷ କିଛି ନା କିଛି ଘଟଣା ଆକର୍ଶଣର କେନ୍ଦ୍ରକୁ ଆସିଥାଏ। ଚଳିତ ବର୍ଷ ମଧ୍ୟ ଏମିତି ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି। ବରପୁର ଷ୍ଟାଡିୟମରେ ଜଣେ ଫ୍ୟାନଙ୍କ ପ୍ଲାକାର୍ଡ ଆକର୍ଷଣ କେନ୍ଦ୍ର ପାଲଟିଛି। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହୋଇଥିବା ମ୍ୟାଚରେ ଗୋଟିଏ ପ୍ଲାକାର୍ଡ ଚର୍ଚ୍ଚାକୁ ଆସିଛି। ପ୍ଲା କାର୍ଡରେ ଲେଖାଯାଇଛି ଯେ ‘ମୋ ପତ୍ନୀ ମୋତେ ଚେନ୍ନାଇ ସୁପର କିଙ୍ଗ୍ସ ଜର୍ସି ପିନ୍ଧିବାକୁ ଦେଉ ନାହାନ୍ତି’।

ତେବେ ଚେନ୍ନାଇ ସୁପର କିଙ୍ଗ୍ସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏହି ଫ୍ୟାନ୍‌ଙ୍କ ଫଟୋକୁ ପୋଷ୍ଟ କରାଯାଇଛି। ଦର୍ଷକ ଜଣକ CSKର ଫ୍ୟାନ୍‌ ହୋଇଥିଲେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଜର୍ସି ପିନ୍ଧିଥିଲେ। ଏହି ଫଟୋରେ ୧୭ ହଜାରରୁ ଅଧିକ ଲାଇକ୍ ମିଳିଛି। ଏହି ଫଟୋ ଦେଖିବା ପରେ ଲାଗୁଛି ଯେ ତାଙ୍କ ହାତରେ ପ୍ଲାକାର୍ଡ ଧରିଥିବା ବ୍ୟକ୍ତି ଚେନ୍ନାଇ ସୁପର କିଙ୍ଗ୍ସକୁ ପସନ୍ଦ କରନ୍ତି କିନ୍ତୁ ତାଙ୍କ ପତ୍ନୀ ବିରାଟ କୋହଲିଙ୍କ ଟିମ୍ ଆରସିବିର ବଡ଼ ଫ୍ୟାନ୍‌। ଯେଉଁଥିପାଇଁ ତାଙ୍କୁ ମଧ୍ୟ ଆରସିବିର ଜର୍ସି ପିନ୍ଧିବାକୁ ପଡ଼ିଛି।

Latest Posts

Don't Miss