ମାନ୍ୟବର ମୋହେ ବିଜ୍ଞାପନକୁ ନେଇ ଆଲିଆଙ୍କୁ କଙ୍ଗନାଙ୍କ ସମାଲୋଚନା, କହିଲେ ହିନ୍ଦୁତ୍ୱକୁ ପରିହାସ କରିବା ବନ୍ଦ କର

1 min read

ତନିଷ୍କ ବିଜ୍ଞାପନକୁ ନେଇ ବିବାଦକୁ ବେସି ଦିନ ହୋଇନି । ବିଜ୍ଞାପନରେ ଲଭ୍ ଜିହାଦକୁ ଗ୍ଲୋରିଫାଏ କରାଯାଇଛି ବୋଲି ସେତେବେଳେ ତୁମ୍ଭିତୋଫାନ ହୋଇଥିଲା । ଏବେ ପୁଣି ଗୋଟିଏ ବିଜ୍ଞାପନକୁ ନେଇ ବିବାଦ ଆରମ୍ଭ ହୋଇଛି । ଏହି ବିବାଦ ଭିତରକୁ କେବଳ ଆମ୍ ଆଦମୀ ପ୍ରବେଶ କରିନାହାନ୍ତି,ଏହା ଭିତରକୁ ଅନେକ ମାନ୍ୟବର ମଧ୍ୟ ପ୍ରବେଶ କଲେଣି । ଯେଉଁ ବିଜ୍ଞାପନକୁ ନେଇ ନୂଆ ବିବାଦ ସୃଷ୍ଟି ହେଉଛି ତାହାର ସମ୍ପର୍କ ମାନ୍ୟବର ବ୍ରାଣ୍ଡ୍ ସହିତ ରହିଛି । ଆଉ ଏହି କଣ୍ଟ୍ରୋଭର୍ସିକୁ ଅଧିକ କଣ୍ଟ୍ରୋଭର୍ସିଆଲ କରୁଛି କଙ୍ଗନାଙ୍କ ଭଳି ମାନ୍ୟବରଙ୍କ ଏଣ୍ଟ୍ରି..
ବାଦୀୟ ମନ୍ତବ୍ୟ ହେଉ ଅବା କୌଣସି ବ୍ୟକ୍ତିଗତ ବିଷୟ, ସବୁବେଳେ ଚର୍ଚ୍ଚାରେ ରୁହନ୍ତି କଙ୍ଗନା। ପ୍ରାୟ ସମୟରେ ସେ ଟ୍ୱିଟରେ ଅନ୍ୟମାନଙ୍କୁ ଟାର୍ଗେଟ କରନ୍ତି। କେବଳ ବଳିଉଡ ଷ୍ଟାର ନୁହଁନ୍ତି ଅନେକ ରାଜନେତାଙ୍କ ସହ ମଧ୍ୟ ସେ ଟ୍ୱିଟ୍ ୱାର କରନ୍ତି କଙ୍ଗନା। ଆଉ ଏଥିପାଇଁ ତାଙ୍କନାଁରେ ଅନେକ ମାମଲା ବି ଚାଲିଛି। ତେବେ ବର୍ତ୍ତମାନ କଙ୍ଗନାଙ୍କ ଟାର୍ଗେଟକୁ ଆସିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ।

ନିକଟରେ ଏକ ଫ୍ୟାଶନ ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଥିଲେ ଆଲିଆ। ତେବେ ଏହି ବିଜ୍ଞାପନକୁ ନେଇ ସେ ସୋଶାଲ ମିଡିଆରେ ଟାର୍ଗେଟ ହେଇଛନ୍ତି। ଅବଶ୍ୟ କିଛି ଲୋକେ ବିଜ୍ଞାପନକୁ ପ୍ରଶଂସା ବି କରିଛନ୍ତି, କିନ୍ତୁ କିଛି ଲେକ ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆହତ କରୁଥିବା ଅଭିଯୋଗ କରିଛନ୍ତି। ଆଉ ଏହି ତାଲିକାଲେ ସାମିଲ ହୋଇଛନ୍ତି ବଲିଉଡର ପଙ୍ଗା ଗର୍ଲ କଙ୍ଗନା ରଣାୱତ।

ବାସ୍ତବରେ ଆଲିଆ ‘ମାନ୍ୟବର-ମୋହେ’ ଫ୍ୟାଶନ ବ୍ରାଣ୍ଡର ଏକ ବିବାହ ବିଜ୍ଞାପନ ଶୁଟ୍ କରିଛନ୍ତି। ଏହି ବିଜ୍ଞାପନରେ ସେ କଥିତ ରୂପେ ‘କାନ୍ୟାଦାନ’ ପରମ୍ପରାକୁ ପରିବର୍ତ୍ତନ କରିବାକୁ କହୁଥିବା ଦେଖିବାକୁ ମିଳିଛି। ଯାହାକି କଙ୍ଗନାଙ୍କୁ ଆଦୌ ପସନ୍ଦ ଆସିନି । ତେଣୁ ସେ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ ସମସ୍ତ ବ୍ରାଣ୍ଡକୁ ନିଜ ଜିନିଷ ବିକ୍ର କରିବା ପାଇଁ ଧର୍ମ, ସଂଖ୍ଯାଲଘୁ ବା ସଂଖ୍ୟାଗରିଷ୍ଠତା ରଜନୀତି ନ କରିବା ପାଇଁ ଅନୁରୋଧ କରିଛନ୍ତି ।
କଙ୍ଗନା ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ଶେଆର କରିଛନ୍ତି। ସେ ଲେଖିଛନ୍ତି ଏଭଳି ବିଜ୍ଞାପନ ଦେଖାଇ ଲୋକମାନଙ୍କ ଭାବନା ସହ ଖେଳନ୍ତୁ ନାହିଁ । ଯେଉଁ ଯବନାମାନେ ଦେଶ ପାଇଁ ସହୀଦ ହେଉଛନ୍ତି, ତାଙ୍କର ବାପା ମା’ ମଧ୍ୟ ନିଜ ପୁଅକୁ ଦେଶ ପାଇଁ ଦାନ କରୁଛନ୍ତି। ଆଉ ଗୋଟିଏ ସନ୍ତାନକୁ ହରାଇବା ପରେ ସେହି ମାତାପିତା ଅନ୍ୟ ଏକ ସନ୍ତାନକୁ ବି ଦେଶ ପାଇଁ ଦାନ କରିଦିଅନ୍ତି । କନ୍ୟାଦାନ ହେଉ କି ପୁତ୍ରଦାନ ସମାଜ ଏହି ବଳିଦାନର ମହତ୍ତୱ କ’ଣ ଭଲଭାବେ ବୁଝେ। ତେଣୁ ସମାଜକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତୁ ନାହିଁ।

କଙ୍ଗନା ସମସ୍ତ ବ୍ରାଣ୍ଡ ଓ ଆଡ କମ୍ପାନୀକୁ ହିନ୍ଦୁ ଧର୍ମ ଏବଂ ସେମାନଙ୍କର ରୀତିନୀତିର ପରିହାସ କରିବା ବନ୍ଦ କରିବାକୁ ଅନୁରୋଧ କରଛନ୍ତି। କଙ୍ଗନାଙ୍କ କହିବା କଥା ଯେ ଶାସ୍ତ୍ରରେ ଉଭୟ ପୃଥିବୀ ଏବଂ ମହିଳାଙ୍କୁ ମା’ ଭାବରେ ଉଲ୍ଲେଖ କରାଯାଇଛି, ତାଙ୍କୁ ଉର୍ବରତାର ଦେବୀ ଭାବରେ ପୂଜା କରାଯାଏ। ତେଣୁ ତାଙ୍କୁ ଅମୂଲ୍ୟ ସମ୍ପଦ ଭାବରେ ଦେଖିବାରେ କିଛି ଭୁଲ୍ ନାହିଁ।

କଙ୍ଗନା ଆଉ ଏକ ପୋଷ୍ଟରେ ଲେଖିଛନ୍ତି, “ ‘ଧନ’କୌଣସି ଖରାପ ଶବ୍ଦ ନୁହେଁ । ତୁମର ଚିନ୍ତାଶକ୍ତି ହିଁ ଖରାପ । ‘ଧନ’କୁ ବହୁତ ଅର୍ଥରେ ବୁଝାଯାଏ। ‘ରାମ ରତନ ଧନ ପାୟୋ’, ‘ପୁତ୍ର ଧନ’ ଏବଂ ସୌନ୍ଦର୍ଯ୍ୟ ଓ ରୂପରେ ଧନୀ ହେବା ଭଳି କିଛି ଶବ୍ଦ ଯାହା ସର୍ବଦା ବ୍ୟବହାର ହୁଏ। କନ୍ୟା ଧନ ବା ପରାୟା ଧନର ଅର୍ଥ ଏହା ନୁହେଁ ଯେ ତୁମେ ନିଜ ଝିଅକୁ ବିକ୍ରି କରୁଛ। ଏଭଳି ହିନ୍ଦୁ ବିରୋଧୀ ପ୍ରଚାର ବନ୍ଦ କର। ”

କଙ୍ଗନାଙ୍କ ଏହି ବୟାନଙ୍କୁ କିଛି ଲୋକ ପ୍ରଶଂସା କରୁଥିବାବେଳେ କିଛି ଲୋକ ସେ ହିନ୍ଦୁ ଧର୍ମ ଆଳରେ ରାଜନୀତି କରୁଥିବା କହିଛିନ୍ତି। ତେବେ ଏଇଠି ଆଡ୍ ଏଜେନ୍ସି ମାନଙ୍କ ମତିଗତିର କଥା ମଧ୍ୟ ଉଠୁଛି । ସେମାନେ କ’ଣ ପାଇଁ ହିନ୍ଦୁ ଧର୍ମର ପ୍ରଥା ପରମ୍ପରାକୁ ଟାର୍ଗେଟ୍ କରୁଛନ୍ତି ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ । ଏହା କ’ଣ କେବଳ ନିଜ ବିଜ୍ଞାପନ ପ୍ରତି ଉପଭୋକ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମାର୍କେଟିଂ ଗିମିକ୍ସ ? ଯଦି କେବଳ ନିଜ ପ୍ରଡକ୍ଟ ବିକ୍ରି ପାଇଁ ଆଇ ବଲ୍ ହିଟ୍ କରିବା ଲକ୍ଷ୍ୟ ଥାଏ .. ତେବେ ଭାବିବାର ସମୟ ଆସିଛି।

Leave a Reply