ସୁଇସାଇଡ ନୋଟ୍ରେ ୩ଜଣଙ୍କୁ ଦାୟୀ କରିଛନ୍ତି ମହନ୍ତ ନରେନ୍ଦ୍ର ଗିରି,ଏହି କାରଣରୁ କରିଛନ୍ତି ଆତ୍ମହତ୍ୟା
1 min readଅଖିଳ ଭାରତୀୟ ଆଖାଡ଼ା ପରିଷଦର ଅଧ୍ୟକ୍ଷ ଏବଂ ନିରଞ୍ଜନୀ ଆଖାଡ଼ାର ସଚିବ ମହନ୍ତ ମହେନ୍ଦ୍ର ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ନେଇ ସସ୍ପେନ୍ସ ଜାରି ରହିଛି । ଏହାରି ମଧ୍ୟରେ ତାଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କୁ ୟୁପି ପୋଲିସ ହରିଦ୍ୱାର ଠାରୁ ପ୍ରୟାଗରାଜ ନେଇଆସିଛି । ଏବଂ ତାଙ୍କୁ ପଚରାଉଚରା ଜାରି ରଖିଛି ।
ସୂଚନା ଯୋଗ୍ୟ ଯେ, ସୋମବାର ପ୍ରୟାଗରାଜର ବାନ୍ଧଘରି ମଠରେ ନରେନ୍ଦ୍ର ଗିରିଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ତାଙ୍କ ସୁଇସାଇଡ ନୋଟରେ ଆନନ୍ଦ ଗିରିଙ୍କ ବିଷୟରେ ଉଲ୍ଲେଖ ରହିଛି । ଏଣୁ ଉତ୍ତରାଖଣ୍ଡ ପୋଲିସ ଆନନ୍ଦ ଗିରିଙ୍କୁ ହରିଦ୍ୱାରରେ ଗିରଫ କରିଛି ।
ଜାତୀୟ ଗଣମାଧ୍ୟମରେ ପ୍ରଦର୍ଶିତ ସୁଇସାଇଡ ନୋଟ୍ ଅନୁଯାୟୀ, ଜନୈକ ମହିଳାଙ୍କ ସହ ଯୋଡ଼ି ନରେନ୍ଦ୍ର ଗିରିଙ୍କ ଏକ ଭିଡିଓ ଭାଇରାଲ କରାଯିବା ନେଇ ଧମକ ଦିଆଯାଇଥିଲା । ଏଣୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଲେଖିଛନ୍ତି । ଚିଠିରେ ଆନନ୍ଦ ଗିରି ଏବଂ ଆଦିତ୍ୟ ତିଓ୍ୱାରୀ ଏବଂ ସନ୍ଦୀପ ତିଓ୍ୱାରୀଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି । ଏବଂ ଏହି ୩ଜଣଙ୍କ ଲାଗି ନରେନ୍ଦ୍ର ଗିରି ଆତ୍ମହତ୍ୟା ପାଇଁ ଦାୟୀ କରିଛନ୍ତି । ପୋଲିସ ସମସ୍ତଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି । ୧୩ ପୃଷ୍ଠା ସୁଇସାଇଡ ନୋଟରେ ୩ ଥର ଏମାନଙ୍କୁ ନରେନ୍ଦ୍ର ଗିରି ଦାୟୀ କରିଛନ୍ତି ।