spot_img

Latest Posts

ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ପ୍ରଭାବରେ ଆଜି ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଆଜି ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭବାନା ଲାଗି ରହିଛି। ସେପଟେ ରାଜ୍ୟକୁ ଡରାଇଲାଣି ଆଉଏକ ଲଘୁଚାପ। କାରଣ ଆସନ୍ତା ୨୫ତାରିଖରେ ପୂର୍ବ-କେନ୍ଦ୍ରୀୟ ତଥା ତତ୍‌ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷକରି ଲଘୁଚାପ ପ୍ରଭାବରେ ଉପକୂଳ ଓ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଚଳିତ ମାସରେ ଦୁଇ ଦୁଇଟି ଲଘୁଚାପର ସାମ୍ନା କଲାଣି ଓଡ଼ିଶା। ଏବେ ରାଜ୍ୟରେ ମୌସୁମୀ ଟ୍ରଫଲାଇନ ସହିତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏଥିପାଇଁ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାପରେ ପୁଣି ୨୬ ତାରିଖରୁ ଆଉ ଏକ ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା। ଅନ୍ୟପଟେ ଆଗାମୀ ଦିନରେ ବାତ୍ୟା ନେଇ ସେପରି କୌଣସି ସ୍ପଷ୍ଟ ସୂଚନା ନାହିଁ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ସେପଟେ ଲଘୁଚାପ ବର୍ଷା ପରେ ମଧ୍ୟ ଏବେ ବି ରାଜ୍ୟରେ ୧୨ ପ୍ରତିଶତ କମ୍ ବର୍ଷା ହୋଇଛି। ୧୯ଟି ଜିଲ୍ଲାରେ ରେକର୍ଡ ହୋଇଛି ସ୍ୱାଭାବିକ ବର୍ଷା।

ସେପଟେ ଲଘୁଚାପର ରୂପ ନେଲା ଗାଙ୍ଗେୟ ଉପତ୍ୟକାରେ ସୃଷ୍ଟ ଘୂର୍ଣ୍ଣିବଳୟ। ଏହା ଏବେ ଦକ୍ଷିଣ ଗାଙ୍ଗେୟ ଉପତ୍ୟକାର ଆଖପାଖରେ ସକ୍ରିୟ ରହିଛି। ପ୍ରଭାବରେ ପଶ୍ଚିମବଙ୍ଗରେ ବର୍ଷା ଜାରି ରହିଛି। ଉତ୍ତର ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ଆଜି ପ୍ରବଳ ବର୍ଷିବ। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଲାଗିରହିଛି ବର୍ଷା। ସକାଳ ସାଟେଲାଇଟରୁ ଉତ୍ତୋଳନ ଫଟୋରୁ ବର୍ଷା ହେଉଥିବା ଜଣାପଡିଛି। ଟୁଇଟ କରି ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Latest Posts

Don't Miss