କୋରାପୁଟରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ରାଜସ୍ୱ ବିଭାଗର ପ୍ରମୁଖ ସଚିବ

1 min read
Senior IAS Reviewed Developmental Work In Koraput Districts

ଜୟପୁର: କୋରାପୁଟରେ ବରିଷ୍ଠ ଆଇଏଏସ୍ ଅଧିକାରୀ । ଜୟପୁରରେ ବିକାଶମୂଳକ କାର୍ଯ୍ୟର ସ୍ଥିତି ପରଖିଛନ୍ତି ରାଜସ୍ୱ ବିଭାଗ ପ୍ରମୁଖ ସଚିବ ବିଷ୍ନୁପଦ ସେଠୀ ଓ କୃଷି ବିଭାଗ କମିଶନର ତଥା ସଚିବ ସୁରେଶ କୁମାର ବଶିଷ୍ଠ । ଜିଲ୍ଲାରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସମ୍ପଦ, ଆର୍ଥିକ  ଓ ଦକ୍ଷତା ବିକାଶ, ଭିତ୍ତିଭୂମି ପ୍ରସଙ୍ଗରେ ଆଲୋଚନା କରାଯାଇଛି । ୪୯ଟି ମୁଖ୍ୟ ବିକାଶ ସୂଚୀକୁ ସମୀକ୍ଷା କରିଛନ୍ତି ବରିଷ୍ଠ ଅଧିକାରୀ ।

 Senior IAS Reviewed Developmental Work In Koraput Districts

ଏହା ସହିତ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଲାଗି ରହିଥିବା କୋଟିଆ ସୀମା ବିବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ବୈଠକରେ କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅଫଦ୍ଦୁଲ ଅଖତାରଙ୍କ ସମେତ ଜଳସେଚନ, ଜଙ୍ଗଲ, କୃଷି, ରାଜସ୍ୱ ଓ ପରିବହନ ବିଭାଗ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସେପଟେ ଅନ୍ୟ ଦୁଇ ବରିଷ୍ଠ ଆଇଏସ୍ ଅଧିକାରୀ ଅରବିନ୍ଦ ଅଗ୍ରୱାଲ ଓ ଆର.ରଘୁପ୍ରସାଦ ବଲାଙ୍ଗିର ଓ ରାୟଗଡ଼ା ଅଭିମୁଖେ ଯାଇ ଉନ୍ନୟନ କାମ ସମୀକ୍ଷା କରିଛନ୍ତି । ଆସନ୍ତାକାଲି ମଧ୍ୟ ରାଜ୍ୟର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲାକୁ ଯାଇ ସ୍ଥିତି ପରଖିବାର କାର୍ଯ୍ୟକ୍ରମ ରହିଛି ।

Leave a Reply