spot_img

Latest Posts

ଲଗାତର ୧୨ ଘଣ୍ଟା ବର୍ଷା, ବୁଡ଼ିଲା ଲକ୍ଷ୍ନୌ

ଲକ୍ଷ୍ନୌ: ଲଗାଣ ବର୍ଷା ଯୋଗୁ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ପାଣି ଘେରରେ ରହିଛି। ଉତ୍ତର ପ୍ରଦେଶର ଅନେକ ଅଞ୍ଚଳରେ ବନ୍ୟା ସୃଦଷ ପରିସ୍ଥିତି ଉପୁଜିଛି। ବିଶେଷ କରି ରାଜଧାନୀ ଲକ୍ଷ୍ନୌ  ଓ ଇଟାୱାରେ ଲଗାତାର ୧୨ ଘଣ୍ଟା ପ୍ରବଳ ବର୍ଷା ହେବାରୁ ସ୍ଥିତି ସଙ୍ଗୀନ ହୋଇପଡ଼ିଛି।

ଲକ୍ଷ୍ନୌରେ ଗତ ୧୨ ଘଣ୍ଟା ଧରି ଲଗାତାର ବର୍ଷା ଚାଲିଛି। ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଗୋମତି ନାଗର, ହଜରତଗଞ୍ଜ, ଠାକୁରଗଞ୍ଜ, ଆଲାମବାଗ, ଓ ଇନ୍ଦିରା ନଗର ବଳି ଅଞ୍ଚଳ ସମ୍ପୂର୍ଣ ପାଣିଘେରରେ ରହିଛି । ଏପରିକି ଲୋକଙ୍କ ଘରେ ବି ପାଣି ପଶିଯାଇଛି। ଲକ୍ଷ୍ନୌରେ ରାତି ସାରା ବର୍ଷା ଯୋଗୁ ଅନେକ ସ୍ଥାନରେ ରାସ୍ତା ଧୋଇଯିବା ସହ ଗଛ ମଧ୍ୟ ଭାଙ୍ଗିଯାଇଛି। ରାସ୍ତାରେ ପାଣି ଜମିଥିବାରୁ ବହୁତ ଦୁର୍ଘଟଣା ବି ହେଉଛି। ତେଣୁ ପୋଲିସ ଲୋକମାନଙ୍କୁ ଆବଶ୍ୟକ ନଥିଲେ ଘର ନବାହାରିବାକୁ ପରାମର୍ଶ୍ୟ ଦେଇଛି।

ଅମେଠିରେ ମଧ୍ୟ ଗତ ୨୪ ଘଣ୍ଟା ହେଲା ଲଗାଣ ବର୍ଷା ଯୋଗୁ ସରକାରୀ ଅଫିସଗୁଡ଼ିକରେ ପାଣି ପଶିଯାଇଛି। ଫଳରେ କାମ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।  କେବଳ ଏତିକି ନୁହେଁ ପ୍ରବଳ ବର୍ଷା ଯୋଗୁ ଆଜି ବାରବାଙ୍କିରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାଧାରଣ ସଭା ମଧ୍ୟ ବାତିଲ କରାଯାଇଛି। ଏଥିପାଇଁ ନିର୍ମିତ ପାଣ୍ଡାଲ, ହେଲିପ୍ୟାଡ ଏବଂ ସଭା ସ୍ଥଳ ପାଣିରେ ବୁଡ଼ିଯାଇଛି।

Latest Posts

Don't Miss