ବର୍ଦ୍ଧା ନଦୀରେ ଡଙ୍ଗା ବୁଡ଼ି ୧୧ ଜଣଙ୍କ ମୃତ୍ୟୁ ଆଶଙ୍କା
1 min readମୁମ୍ବାଇ: ନାଆରେ ଯାଉଥିବା ବେଳେ ବୁଡ଼ିଗଲା ପରିବାର । ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାର ବର୍ଦ୍ଧା ନୀଦରେ ଡଙ୍ଗା ବୁଡ଼ି ଯାଇଛି । ବେନୋଦା ଥାନା ଅନ୍ତର୍ଗତ ଝୁଞ୍ଜ ଗାଁ ନିକଟରେ ଏହି ଡଙ୍ଗା ବୁଡ଼ି ହୋଇଛି । ଗୋଟିଏ ପରିବାରର ୧୧ ଜଣ ବୁଡ଼ି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତଦେହ ମିଳି ପାରିଛି । ତେବେ ଡଙ୍ଗା କିଭଳି ବୁଡ଼ିଲା ଜଣାପଡ଼ି ନାହିଁ ।
ୱାର୍ଦ୍ଧା ଜିଲ୍ଲାରେ ଗତ ୮ ଦିନ ହେଲା ପ୍ରବଳ ବର୍ଷା ହେଉଥିବା ବେଳେ ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି । ନାଆଟି ନଦୀର ଗୋଟିଏ କୂଳରୁ ଅନ୍ୟପଟକୁ ଯାଉଥିବା ବେଳେ ବୁଡ଼ି ଯାଇଛି । ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ବସିଥିବା କୁହାଯାଉଛି । ନାଆରେ ଗୋଟିଏ ପରିବାରର ୧୧ ଜଣ ଥିଲେ ।
Maharashtra | 3 bodies recovered in an incident of boat capsizing in Wardha river. The incident took place at Shri Kshetra Jhunj under Benoda Shaheed PS, Amravati at around 10 am today; 11 people who were on the boat belonged to same family: Hari Balaji, SP Amravati (Rural) pic.twitter.com/Eq7FS3pSIH
— ANI (@ANI) September 14, 2021
ଅମରାବତୀ ଏସପିଙ୍କ ସୂଚନା ଅନୁସାରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ୮ ଜଣଙ୍କୁ ଠାବ ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଡଙ୍ଗା ବୁଡ଼ି ଖବର ପରେ ଲୋକଙ୍କ ଭିଡ଼ ଜମିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦିନ ପ୍ରାୟ ୧୦ଟା ବେଳେ ଏହି ଅଘଟଣ ଘଟିଛି ।