spot_img

Latest Posts

ଚୋରକୁ ମାଡ଼ି ବସିଲା ୧୪ ବର୍ଷର ପିଲା,ଜାଣନ୍ତୁ କେଉଁଠି

ଅନୁଗୁଳ: ଘରେ ପଶି ଚୋରି କରିବା ବେଳେ ଧରା ପଡ଼ିଲା ଚୋର। ରୋରକୁ ବାନ୍ଧି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ଦେବା ପରେ ପୋଲିସ ଜିମା ଦେଲେ। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା  କୋରଡ଼ା ଆମ୍ବୁରି ସାହିରେ ଏହି ଘଟଣା ଘଟିଛି। ରାତିରେ ଚକ୍ରଧର ସାହୁଙ୍କ ଘରେ ପଶି ଚୋର ଚୋରି କରୁଥିଲା। ଚକ୍ରଧରଙ୍କ ମୁଣ୍ଡ ପାଖରୁ ମୋବାଇଲ ଓ ଶେଜ ତଳୁ ୭୭୦ ଟଙ୍କା ନେବା ପରେ ଚାବି ନେଇ ଆଲମୀରା ଖୋଲି ଥିଲା।

ଆଲମୀରାରୁ କିଛି ଜିନିଷ ଖସି ପଡ଼ିବାରୁ ଶବ୍ଦ ଶୁଣି ଚକ୍ରଧରଙ୍କ ୧୪ ବର୍ଷର ପୁଅ ଦିପେନ ସାହସ କରି ଚୋରର ବେକକୁ ଜାବୁଡି ଧରି ପାଟି କରିଥିଲା। ଅନ୍ୟମାନେ ଉଠି ପଡ଼ିବା ସହ ସମସ୍ତେ ମିଶି ଚୋରକୁ କାବୁ କରି ନେଇଥିଲେ। ତାକୁ ବାନ୍ଧି ନିସ୍ତୁକ ମାଡ଼ ଦେବା ପରେ ଜରପଡ଼ା ଥାନାକୁ ଖବର ଦେବା ପରେ ପୋଲିସ ଚୋରକୁ ଅଟକ ରଖିଛି। ସମ୍ପୃକ୍ତ ଚୋର ପୁଟଗାଡ଼ିଆ ଗାଁର ସାଗର ସିଂହ ବୋଲି ଜଣାପଡ଼ିଛି।

Latest Posts

Don't Miss