୩ଟି ବିମାନରେ ପାକିସ୍ତାନ୍‌ କ’ଣ ନେଲା ?

1 min read

କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରଠାରୁ ପାକିସ୍ତାନ ବେସ ଖୁସି ଅଛି । ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ମୁଖ୍ୟ ସେଠାରେ କିଛି ଦିନ ଧରି ଡେରା ମଧ୍ୟ ପକାଇଥିଲେ । ପଂଜଶୀର ଉପରେ ପାକ୍ ବାୟୁସେନା ବୋମା ମାଡ ବି କରି ସାରିଛି । ପାକିସ୍ତାନ ଆଫଗାନିସ୍ତାନକୁ ଢାଲ କରି ନିଜ ଆତଙ୍କ  ବେପାରକୁ ଜାରି ରଖିବାକୁ ଚାହୁଁଛି । ଏହାରି ଭିତରେ  ଆଫଗାନିସ୍ତାନରୁ ଉଡିଥିବା ତିନୋଟି ବିମାନକୁ ନେଇ ସୃଷ୍ଟି ହୋଇଛି ହଇଚଇ । ଏହି ତିନୋଟି ବିମାନର କ’ଣ ଏମିତି ଥିଲା ଯାହା ଭାରତଠାରୁ ଆମେରିକାକୁ ଚିନ୍ତାରେ ପକାଇଛି ?  ଆସନ୍ତୁ ଜାଣିବା ସେହି ତିନୋଟି ବିମାନରେ କ’ଣ ଥିଲା ?

ନିକଟରେ  କାବୁଲରେ ମାନବୀୟ ସହାୟତା ନେଇ ପହଞ୍ଚିଥିଲା ପାକିସ୍ତାନର ତିନୋଟି C-170 ବିମାନ । ଏହି ବିମାନରେ ଆଫଗାନିସ୍ତାନର ଗୁପ୍ତ ଦସ୍ତାବିଜକୁ ପାକିସ୍ତାନ ପଠା ଯାଇଥିବା ଜଣା ପଡିଛି ।  ସୂଚନା ଅନୁସାରେ, ଆଫଗାନିସ୍ତାନର ଗୁଇନ୍ଦା ଏଜେନ୍ସି ଏନଡିଏସର ସବୁ ଗୁପ୍ତ ତଥ୍ୟକୁ ନିଜ କବଜାକୁ ପାକିସ୍ତାନ ନେଇଛି ।

ଆଇଏସଆଇ ଏନଡିଏସର ଗୋପନୀୟ ଗୁପ୍ତ ଦସ୍ତାବିଜ୍ , ହାର୍ଡ୍ ଡିସ୍କ ଏବଂ ଅନ୍ୟ ଡିଜିଟାଲ  ଉପକରଣକୁ ନିଜ କବଜାକୁ ନେବା ପରେ ବିମାନରେ ପାକିସ୍ତାନ ପଠାଇ ଦେଇଛି । ଖବର ମୁତାବକ ଏହି ଡାଟାକୁ  ଆଇଏସଆଇ  ନିଜ ଫାଇଦା ପାଇଁ ବ୍ୟବହାର କରିବ । ଏନଡିଏସ ସହିତ ଭାରତର ଭଲ ସମ୍ପର୍କ ଥିଲା । ଏହି ଡାଟା ପାକିସ୍ତାନ ହାତରେ ପଡିବା ଅର୍ଥ ଆଫଗାନିସ୍ତାନରେ ଭାରତର କଣ୍ଟାକ୍ଟଙ୍କ ପରିଚୟ ମଧ୍ୟ ପାକିସ୍ତାନ ଜାଣି ପାରିବ।

ଏହା ସହିତ ଏହି ଡାଟାକୁ ନେଇ ପାକିସ୍ତାନ ତାଲିବାନକୁ ନିଜ ଇଛାରେ ନଚାଇ ପାରିବ । କାରଣ ତାଲିବାନୀଙ୍କ ପାଖରେ ଡାଟା ଡିକୋଡ୍ କରିବାକୁ ଦକ୍ଷତା ନାହିଁ । ଏଭଳି ପରିସ୍ଥିତିରେ ତାଲିବାନ ନିଜ ଶତ୍ରୁଙ୍କ ସମ୍ପର୍କିତ ସୂଚନା ପାଇଁ ଆଇଏସଆଇର କାମ କରିବାକୁ ବାଧ୍ୟହେବ । ।  ଏହି ଡାଟା ଲିକ୍ ଆଫଗାନିସ୍ତାନରେ  ପାକିସ୍ତାନର ରାଷ୍ଟ୍ରଦୂତ ମଂସୁର ଅହମ୍ମଦଙ୍କ ସହାୟତାରେ ହୋଇଥିବା କୁହାଯାଉଛି ।

 

Leave a Reply