spot_img

Latest Posts

ବୁଷ୍ଟର ଡୋଜ ନଦେବାକୁ ବିଭିନ୍ନ ରାଷ୍ଟ୍ରକୁ ପରାମର୍ଶ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କୋଭିଡ ନିରାକରଣ ଲାଗି ବୁଷ୍ଟର ଡୋଜ ନଦେବାକୁ ବିଭିନ୍ନ ରାଷ୍ଟ୍ରକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏବେ ବି କୋଟି କୋଟି ଲୋକ ଟିକା ପାଇପାରିନାହାଁନ୍ତି। ସେମାନଙ୍କ ସ୍ୱାର୍ଥକୁ ବିଚାରକୁ ନେଇ ଚଳିତ ବର୍ଷ ଶେଷ ଯାଏଁ କୌଣସି ଦେଶ ବୁଷ୍ଟର ଡୋଜ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ସଂଗଠନର ମୁଖ୍ୟ ଟେଡ୍ରସ ଅଧନମ। ବିଶ୍ୱକୁ ଟିକା ଯୋଗାଉ ଥିବା ବିଭିନ୍ନ କମ୍ପାନୀ ଓ ରାଷ୍ଟ୍ର ଏଥିପ୍ରତି ମାନବିକ ଆଧାରରେ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି।

ଗରିବ ରାଷ୍ଟ୍ରଗୁଡିକରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ, ଦୁର୍ବଳ ବର୍ଗଙ୍କୁ ଯେପରି ତ୍ୱରିତ ଟିକା ଦିଆଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବା ଲାଗି ସେ ଧନୀ ରାଷ୍ଟ୍ର ଓ ଟିକାପ୍ରସ୍ତୁତକାରୀ କମ୍ପାନିଙ୍କୁ ଅନୁରୋଧ କରିଛନ୍ତି। ଗତ ମାସରେ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ସେପ୍ଟେମ୍ବର ଶେଷ ସୁଦ୍ଧା ବୁଷ୍ଟର ଡୋଜ ବନ୍ଦ ଲାଗି ପରାମର୍ଶ ଦେଇଥିଲେ। ପୁଣି ଥରେ ଏହି ସମୟ ସୀମା ବର୍ଷ ଶେଷ ଯାଏଁ ବଢାଇବା ଲାଗି ସେ ପରାମର୍ଶ ଦେଇଛନ୍ତି। ଗରିବ ରାଷ୍ଟ୍ରଗୁଡିକୁ ବିଭିନ୍ନ ଧନୀ ରାଷ୍ଟ୍ର ୧୦୦ କୋଟି ଟିକା ଡୋଜ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି।

Latest Posts

Don't Miss