spot_img

Latest Posts

ବିବାଦୀୟ କୃଷି ଆଇନ୍‌କୁ ନେଇ ଏବେ ବିଭିନ୍ନ ସହରରେ ଜୋରଦାର ହେବ ଆନ୍ଦୋଳନ

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ୍‌କୁ ନେଇ ପୁଣି ତେଜିଲାଣି ଚାଷୀ ଆନ୍ଦୋଳନ। ଦିଲ୍ଲୀ ସୀମାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ଦେଶର ବିଭିନ୍ନ ସହରରେ ଜୋରଦାର କରିବାକୁ ପ୍ରସ୍ତୁତ ହୋଇଛି ରଣନୀତି। ମହାପଞ୍ଚାୟତ କରି କେନ୍ଦ୍ର ବିରୋଧରେ ବଳ ଏକାଠି କରୁଛନ୍ତି ଚାଷୀ। ଉତ୍ତରପ୍ରଦେଶ ମୁଜାଫରପୁରରେ ପରେ ଆଜି ହରିୟାଣାର କରନାଳରେ ହେଉଛି ମହାପଞ୍ଚାୟତ।

ଏଥିରେ ଚାଷୀ ନେତା ରାକେଶ ଟିକାୟତ, ଯୋଗେନ୍ଦ୍ର ଯାଦବ ପ୍ରମୁଖ ଯୋଗ ଦେଇଛନ୍ତି। ୨୮ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ବିରୋଧ କରୁଥିବା ବେଳେ ପୋଲିସ ଲାଠିମାଡ କରିଥିଲା। ଏଥରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ବିରୋଧ କରି ଆଜି ମହାପଞ୍ଚାୟତ ଆୟୋଜନ କରାଯାଇଛି।

ସେପଟେ ଚାଷୀଙ୍କ ମହାପଞ୍ଚାୟତ ଥିବାରୁ କରନାଲ, ଜିନ୍ଦ, କୁରୁକ୍ଷେତ୍ର ଓ ପାନିପତରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଆଜି ରାତି ୧୨ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ। ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରିଦିଆଯାଇଛି। ୪୦ପ୍ଲାଟୁନ ପୋଲିସ ଫୋର୍ସ ସହ କେନ୍ଦ୍ରୀୟ ସୁରକ୍ଷା ବଳର ୧୦ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି। ଏହାସହ ସ୍ଥାନୀୟ ଅଞ୍ଚଳରେ ୧୪୪ଧାରା ଲାଗୁ କରାଯାଇଛି।

Latest Posts

Don't Miss