ଶ୍ରମିକଙ୍କୁ ଅଣଦେଖା ଅଭିଯୋଗରେ IOCL ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ପାରାଦୀପ: ପାରାଦୀପ ଆଇଓସିଏଲ ସମ୍ମୁଖରେ୧୦ ଦଫା ଦାବି ନେଇ କଳାପତାକା ପ୍ରଦର୍ଶନ ସହିତ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ। ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ୧୫ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ଯୋଗଦେଇଥିଲେ। ଆଇଓସିଏଲ କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ବିରୋଧ କରିଛନ୍ତି ଶ୍ରମିକମାନେ।

ପୁରୁଣା ଶ୍ରମିକମାନଙ୍କୁ ପୂର୍ଣ୍ଣ ଗେଟ୍ ପାସ ପ୍ରଦାନ, ପ୍ରତି ମାସର ୭ ତାରିଖ ମଧ୍ୟରେ ଦରମା, ଆଇଓସିଏଲ ଟାଉନସିପରେ ବିଶ୍ରାମାଗାର, କରୋନାରେ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା, ଆଇଓସିଏଲ ପରିସରରେ ଶ୍ରମିକମାନଙ୍କୁ କ୍ୟାଣ୍ଟିନର ସୁବିଧା, ମାଗଣା ଗାଡ଼ି ପାର୍କିଂ ସହ ୧୦ ଦଫା ଦାବି ପୂରଣ କରିବାକୁ ଦାବି କରାଯାଇଛି। ତୁରନ୍ତ ଏହି ଦାବି ପୂରଣ ନହେଲେ ସମସ୍ତ ଶ୍ରମିକ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply