spot_img

Latest Posts

କାବୁଲରେ କିଏ କରୁଛି ତୁହାକୁ ତୁହା ରକେଟ ମାଡ଼? ଚିନ୍ତାରେ ବିଶ୍ୱ ସମୁଦାୟ

କାବୁଲ: ଆଗାମୀ ୨୪ ଘଣ୍ଟା ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ । ଆସନ୍ତାକାଲି ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାରର ଶେଷଦିନ। କୋଡିଏ ବର୍ଷ ଧରି ଆଫଗାନିସ୍ତାନରେ ଆଧିପତ୍ୟ ବିସ୍ତାର କରିଥିବା ଆମେରିକାର ବିଦାୟ ପରେ ଦେଶର ଅବସ୍ଥା କ’ଣ ହେବ ସେନେଇ ସାରା ବିଶ୍ୱର ରହିଛି ଦୃଷ୍ଟି। ଗତକାଲି କାବୁଲରେ ରକେଟ ଆକ୍ରମଣ ପରେ ଆଜି କାବୁଲସ୍ଥିତ ହମିଦ କାର୍ଜାଇ ଆନ୍ତର୍ଜାତିକ ବିମାନ ବନ୍ଦର ଦିଗକୁ ୫ଟି ରକେଟ ମାଡ଼ ହୋଇଛି। ତେବେ ମୃତାହତଙ୍କ ସମ୍ବନ୍ଧରେ ସବିଶେଷ ତଥ୍ୟ ମିଳିନାହିଁ ।

ଆମେରିକା ସୈନ୍ୟ ପ୍ରତ୍ୟାହାରର ଶେଷ ପର୍ଯ୍ୟାୟରେ ରକ୍ତପାତ ଘଟୁଥିବାରୁ ବିଶ୍ୱ ସମୁଦାୟ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆଜି କାବୁଲ ବିମାନ ବନ୍ଦରରେ ରକେଟ ମାଡ କରିଥିଲେ ଆତଙ୍କବାଦୀ। ହେଲେ ଏହାକୁ ବିଫଳ କରିଛି ଡିଫେନ୍ସ ସିଷ୍ଟମ। ତଥାପି ଏଥିରୁ ଗୋଟିଏ ରକେଟ ଯାଇ ସହର ଭିତରେ ପଡ଼ିଥିଲା।

ଏହାପୂର୍ବରୁ ରବିବାର ଦିନ ଆମେରିକା ପକ୍ଷରୁ ଏକ ଆକ୍ରମଣ ହୋଇଥିଲା। ସୋମବାର ସକାଳେ କାବୁଲର ଆକାଶରେ ରକେଟର ବର୍ଷାରେ ସମଗ୍ର ସହର କମ୍ପି ଉଠିଥିଲା ହୋଇଥିଲା। ସମଗ୍ର ସହର ଧୂଆଁମୟ ହୋଇଯାଇଥିଲା। ସକାଳୁ ସକାଳୁ ଆଫଗାନିସ୍ତାନର ରାଜଧାନୀକୁ କିଏ ଦୋହଲାଇବାକୁ ଚେଷ୍ଟା କରିଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ସବୁଠୁ ବଡ଼ କଥା ହେଉଛି କାବୁଲରେ ଏହି ସବୁ ଘଟଣା ସେତେବେଳେ ଘଟୁଛି ଯେତେବେଳେ କି କାବୁଲ ବିମାନବନ୍ଦର ସମ୍ପୂର୍ଣ୍ଣ ଭାବେ ଆମେରିକା ସେନା ଅଧୀନରେ ଅଛି ଏବଂ ତାଲିବାନୀ ମଧ୍ୟ ସେଠାରେ ଆଡ଼ା ଜମେଇଛନ୍ତି।

 

 

Latest Posts

Don't Miss