spot_img

Latest Posts

ମଲା ସାପ କାମୁଡାରେ ରୋଷେୟା ମୃତ

ନନ୍ଦିଘୋଷ ବ୍ୟୁରୋ: ମୃତ୍ୟୁ କେବେ ଓ କେମିତି ଆସିବ, ତାହା କିଏ ବା ଜାଣେ ? ମଣିଷର ଜୀବନର ପାଣି ଫଟୋକା ଭଳି | କେତେବେଳେ ଯେ ଫାଟିଯିବ ତାହା କହିବା ଅସମ୍ବବ | ଆପଣ ମାନେ ଜାଣନ୍ତି କି ଦୁନିଆରେ ପ୍ରତିବର୍ଷ ସାପ କାମୁଡ଼ିବା କାରଣରୁ ୧ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥାନ୍ତି | ସାପର ବିଷ ହିଁ ମଣିଷ ଜୀବନ ନେଇଯାଏ | କିନ୍ତୁ ସାପ ସିନା ଜୀବତ ଅବସ୍ଥାରେ ଥିଲେ ମଣିଷର କ୍ଷତି କରିବ ,ମଲା ପରେ କଣ ସାପ ମଣିଷକୁ କାମୁଡିପାରିବ ? କିନ୍ତୁ ଏମିତି ଅସମ୍ଭବ କଥା ସମ୍ବବ ହୋଇଛି | ନିକଟରେ ଚୀନ୍ରୁ ସାମ୍ନାକୁ ଆସିଥିବା ଏକ ମାମଲାରେ, ଏକ କୋବ୍ରା ଜଣେ ରୋଷେୟାଙ୍କୁ ତାର ମୃତ୍ୟୁର ୨୦ ମିନିଟ୍ ପରେ ହତ୍ୟା କରିଥଲା ,,ରୋଷେୟା ଜଣକ କୋବ୍ରା ସାପର ସୁପ୍ ବନାଉଥିଲେ.. ଆଉ ସେହି ସୁପ୍ ହିଁ ତାଙ୍କୁ ମହଙ୍ଗା ପଡିଲା .. କୋବ୍ରା ସାପର ମୁଣ୍ଡକୁ କାଟି ସୁପ୍ ବନାଉଥିଲେ,ସେହି କଟିଯାଇଥିବା ମୁଣ୍ଡକୁ ଏକ ଥାଳିରେ ମଧ୍ୟ ରଖିଥିଲେ। ହେଲେ ଆଶ୍ଚର୍ଯ୍ୟ ଯେ ସାପଟି ମରିବାର ୨୦ମିନିଟ ପରେ ସମାନ ଥାଳିରୁ ରୋଷେୟାଙ୍କୁ କାମୁଡି ଦେଲା |

ଏହି ଅଜବ ମାମଲା ଚାଇନାରୁ ଆସିଛି। ଦକ୍ଷିଣ ଚାଇନାରେ କୋବ୍ରା ସାପର ଚର୍ମରୁ ପ୍ରସ୍ତୁତ ସୁପ ର ଚାହିଦା ଖୁବ ଅଧିକ| ଏହି ବିଷଧର ସାପର ଚର୍ମକୁ ବାହାର କରିବା ପରେ ଏହାର ମାଂସ ରନ୍ଧାଯାଏ ଏବଂ ସେଥିରୁ ସୁପ୍ ପ୍ରସ୍ତୁତ କରାଯାଏ | କିନ୍ତୁ ଚୀନ୍ର ଫୋଶାନରେ ରହୁଥିବା ରୋଷେୟା ପେଙ୍ଗ ଫ୍ୟାନ ଙ୍କ ପାଇଁ କୋବ୍ରା ସୁପ୍ ତିଆରି କରିବା ମହଙ୍ଗା ପଡିଗଲା। ମୃତ ସାପ କାମୁଡ଼ିବା କାରଣରୁ ସେ ମୃତ୍ୟୁବରଣ କଲେ .. ପେଙ୍ଗ ତାଙ୍କ ରେଷ୍ଟୁରାଣ୍ଟର ମ୍ୟାନୁରେ କୋବ୍ରା ସୁପ୍ କୁ ସାମିଲ କରିଥିଲେ| ତାଙ୍କ ରେଷ୍ଟୁରାଣ୍ଟକୁ ଆସୁଥିବା ଲୋକମାନେ ଏହି ସୁପ୍ କୁ ବହୁତ ଭଲ ପାଉଥିଲେ | ଏହାକୁ ପ୍ରସ୍ତୁତ କରିବା ପାଇଁ, ଘଟଣା ଦିନ ପେଙ୍ଗ ସାପକୁ କାଟି ନିଜ ରୋଷେଇ ଘରେ ରଖିଥିଲେ। ପେଙ୍ଗ କୋବ୍ରାର ବେକକୁ ଅଲଗା କରି ଶରୀରକୁ ଛୋଟ ଛୋଟ ଖଣ୍ଡରେ କାଟିଦେଇଥିଲେ | ସାପଟିକୁ କାଟି ଅଲଗା କରିବା ପରେ ସେ ରୋଷେଇ ଘର ସଫା କରିବାରେ ବ୍ୟସ୍ତ ହୋଇଗଲେ । ଏବଂ ଦୀର୍ଘ ୨୦ ମିନିଟ ପରେ ସେ ସାପଟିର ମୁଣ୍ଡଟିକୁ ଡଷ୍ଟବିନରେ ଫିଙ୍ଗିବା ପାଇଁ ଧରିବା ମାତ୍ରେ ତାଙ୍କୁ ସାପଟି ଚୋଟ ମାରିଥିଲା.. ମୃତ୍ୟୁର ୨୦ ମିନିଟ୍ ପରେ ମଧ୍ୟ ସାପର ମୁଣ୍ଡରେ ଜୀବନ ଥିଲା ଏବଂ ପେଙ୍ଗ ଏହାର ବିଷରୁ ମୃତ୍ୟୁ ବରଣ କଲେ।

କୋବ୍ରା ବିଷ ଅତ୍ୟନ୍ତ ବିପଜ୍ଜନକ | ଏପରିକି ଏହାର ଏକ ବୁନ୍ଦା ବିଷ ହିଁ ଜଣଙ୍କ ଜୀବନ ନେବା ପାଇଁ ଯଥେଷ୍ଟ | କୋବ୍ରା ବିଷରେ ନ୍ୟୁରୋଟକ୍ସିନ୍ ଥାଏ, ଯାହାର ଏକ ବୁନ୍ଦା ମାତ୍ର ୩୦ ମିନିଟରେ କାହାକୁ ମାରିପାରେ | କୋବ୍ରା କାମୁଡ଼ିବା ପରେ ଲୋକଙ୍କୁ ପକ୍ଷାଘାତ ହୋଇଯାଏ, ଯାହା ପରେ ସେମାନଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥାଏ | କୋବ୍ରା ବିଷକୁ କାଟୁଥିବା ଆଣ୍ଟି ଭେନମର ବଜାରରେ ଉପଲବ୍ଧ କିନ୍ତୁ ତୁରନ୍ତ ଏହାକୁ ଗ୍ରହଣ କରିବାକୁ ପଡିବ |ପେଙ୍ଗଙ୍କ କ୍ଷେତ୍ରରେ ଏହା ହୋଇନଥିଲା, ତେଣୁକରି ସେ ଅଧ ଘଣ୍ଟା ମଧ୍ୟରେ ମୃତ୍ୟୁ ବରଣ କରିଥିଲେ  ।

ଚୀନ୍ ବ୍ୟତୀତ କୋବ୍ରା ସୁପ୍ ଦୁନିଆର ଅନେକ ସ୍ଥାନରେ ଖୁବ ପ୍ରସିଦ୍ଧ| ମୃତ୍ୟୁର ୨୦ ମିନିଟ ପରେ କୋବ୍ରା କାମୁଡିଥିବା ଖବରକୁ ଅନେକ ଲୋକ ବିଶ୍ୱାସ କରିପାରିନଥିଲେ। କିନ୍ତୁ ଏହା ସମ୍ଭବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସାପ ବିଷ ତାଙ୍କ ଶରୀରରେ ସକ୍ରିୟ ରହିଥାଏ | ଏପରି ପରିସ୍ଥିତିରେ, ଯେତେବେଳେ ପେଙ୍ଗ୍ ମୁଣ୍ଡ କାଟିବାର ୨୦ ମିନିଟ୍ ପରେ କୋବ୍ରାଙ୍କ ମୁଣ୍ଡକୁ ଛୁଇଁଲା, ସେତେବେଳେ ମୁଣ୍ଡ ଟି ଅଚାନକ ଜିଇଁଉଠିଲା ଓ ରୋଷେୟାଙ୍କୁ କାମୁଡି ଦେଲା | ଏହି ଘଟଣା ପରେ ରେଷ୍ଟୁରାଣ୍ଟରେ ଖାଇବାକୁ ଆସିଥିବା ଲୋକମାନେ ସୁପ୍ ନ ପିଇ ଚାଲିଯାଇଥିଲେ | ଏହି ଅଜବ ଘଟଣା ବିଷୟରେ ଅନେକ ମହଲରେ ଆଲୋଚନା ହେଉଛି..ଏମିତି ଘଟଣା କଣ ସତରେ ସମ୍ଭବ ବୋଲି ଲୋକେ ପ୍ରଶ୍ନ ଉଠାଉଛନ୍ତି

Latest Posts

Don't Miss