ପୁରୁଷଙ୍କ ଏକୁଟିଆ ବୁଲିବା ଉପରେ ପ୍ରତିବନ୍ଧକ ଲାଗାଇବା ପାଇଁ ଦାବି କଲେ ଏହି ପ୍ରଧାନମନ୍ତ୍ରୀଙ୍କ ଝିଅ

1 min read

ଇସଲାମାବାଦ: ଯଦି ପୁରୁଷମାନେ ସର୍ବସାଧାରଣ ସ୍ଥାନରେ ଏକୁଟିଆ ଯାଆନ୍ତି ତେବେ ପାକିସ୍ତାନର ମହିଳାମାନେ ବିପଦରେ ପଡ଼ିପାରନ୍ତି । ଏଭଳି କହିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜାରଦାରୀଙ୍କ ଝିଅ ବଖତାୱର ଭୁଟ୍ଟୋ ଜାରଦାରୀ। ସେ କହିଛନ୍ତି ଯେ ପୁରୁଷମାନଙ୍କୁ ଏକୁଟିଆ ଜନଗହଳି ସ୍ଥାନକୁ ଯିବାକୁ ଦେବା ଉଚିତ ନୁହେଁ । ତାଙ୍କ ସହିତ ତାଙ୍କ ଭଉଣୀ, ମାଆ, ପତ୍ନୀ କିମ୍ବା ଝିଅ ଥିବା ଜରୁରୀ । ମହିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ମହିଳାଙ୍କ ସହ ରହିଲେ ହେବନାହିଁ ଅଘଟଣ:

ଏହି ମନ୍ତବ୍ୟକୁ ସ୍ପଷ୍ଟ କରି ବଖତାୱର ଟ୍ୱିଟରରେ କହିଛନ୍ତି ଯେ, ଦିନକୁ ଦିନ ବଢ଼ୁଥିବା ହିଂସା ତଥା ମହିଳାଙ୍କ ପ୍ରତି ଅସଦାଚରଣ ହେତୁ ଏହାଠାରୁ ଭଲ ଉପାୟ ଆଉ କିଛି ହୋଇପାରିବ ନାହିଁ। ସେ କହିଛନ୍ତି ଯେ, ଯେତେବେଳେ ଜଣେ ମହିଳା ପୁରୁଷଙ୍କ ସହ ଥାଆନ୍ତି, ସେତେବେଳେ ସେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ପୂର୍ବରୁ “ଦୁଇଥର ଚିନ୍ତା କରିବେ”। ସର୍ବସାଧାରଣ ସ୍ଥାନରେ ପୁରୁଷଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ବଖତାୱର ଦାବି କରିଛନ୍ତି। କିଛି ଦିନ ପୂର୍ବରୁ ମହିଳା ସାମ୍ବାଦିକ ସାବିନା ଆଗା ଟ୍ୱିଟରରେ ସେୟାର କରିଥିଲେ ଯେ ସେ କିପରି କିଛି ବର୍ଷ ପୂର୍ବେ କରାଚିର ମଜାର-ଏ-କୁଏଡରେ ମିନାର-ଏ-ପାକିସ୍ତାନ ଭଳି ଘଟଣାର ସମ୍ମୁଖୀନ ହୋଇଥିଲେ।

ମହିଳା ମାନେ ମହିଳାଙ୍କ ସୁରକ୍ଷା କରନ୍ତୁ

ମିନାର-ଏ-ପାକିସ୍ତାନ ଘଟଣାକୁ ନେଇ ବଖତାୱର କହିଛନ୍ତି ଯେ ସର୍ବସାଧାରଣ ସ୍ଥାନରେ ପୁରୁଷମାନଙ୍କୁ ବାରଣ କରାଯିବା ଉଚିତ୍। ସେ ଲେଖିଛନ୍ତି, ‘ପୋଲିସ ଆଗରେ ଆଉ ଏକ ଭୟଙ୍କର ଘଟଣା ଘଟିଥିଲା ​​କିନ୍ତୁ ପୋଲିସ ସାହାଯ୍ୟ କରିବାକୁ ମନା କରିଦେଇଥିଲା । ପୋଲିସ ବ୍ୟାକଅପ୍ ଡାକିପାରିଥାନ୍ତା କିମ୍ବା ଭିଡ଼କୁ ସମ୍ଭାଳିବା ପାଇଁ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିପାରିଥାଆନ୍ତା । ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ଅଧିକ ମହିଳା ସମ୍ନାକୁ ଆସିବା ଉଚିତ ବୋଲି କହିଛନ୍ତି ବଖତାୱର ।

ମହିଳାଙ୍କ ଉପରେ ଆକ୍ରମଣ

ଅଗଷ୍ଟ ୧୪ ତାରିଖ, ପାକିସ୍ତାନର ସ୍ୱାଧୀନତା ଦିବସ । ସହରର ଗ୍ରେଟର ଇକବାଲ ପାର୍କରେ ଜଣେ ମହିଳା ଟିକଟକର ଏବଂ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ ଏବଂ ଚୋରି ଅଭିଯୋଗରେ ଲାହୋର ପୋଲିସ ଏକ ମାମଲା ରୁଜୁ କରିଥିଲା। ପାକିସ୍ତାନୀ ଖବରକାଗଜ ଡନ୍ ଏଫ୍ଆଇଆର୍ କୁ ଉଦ୍ଧୃତ କରିଛି ଯେ, ଅଭିଯୋଗକାରୀ ତାଙ୍କ ଛଅ ଜଣ ସହଯୋଗୀଙ୍କ ସହ ସ୍ୱାଧୀନତା ଦିବସରେ ମିନାର-ଏ-ପାକିସ୍ଥାନ ନିକଟରେ ଏକ ଭିଡିଓ ପ୍ରସ୍ତୁତ କରୁଥିଲେ । ଠିକ ସେତିକି ବେଳେ ପ୍ରାୟ ୩୦୦-୪୦୦ ଲୋକ ତାଙ୍କୁ ଆକ୍ରମଣ କରିଥିଲେ।

Leave a Reply