spot_img

Latest Posts

ବସୁନ୍ଧରା ସ୍କିମ ଦୁର୍ନୀତି ଅଭିଯୋଗ; ୫ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ

କଟକ: ବସୁନ୍ଧରା ସ୍କିମ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ମାନଙ୍କ ମଧ୍ୟରେ ଜଣେ ତହସିଲଦାର ଓ ୪ ପୂର୍ବତନ ଆରଆଇ ଅଛନ୍ତି। ଆଜି ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରର ମୋଟ ୯ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

ସୂଚନା ଅନୁଯାୟୀ, ଅପରାଧିକ ଯୋଜନା, ଅନିୟମିତତା , ଜାଲିଆତି ଏବଂ ଅପରାଧିକ ଷଡ଼ଯନ୍ତ୍ର କରି ବ୍ୟାପକ ଠକେଇ କରିଥିବା ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ଏନେଇ ପୂର୍ବତନ କୁଜଙ୍ଗ ତହସିଲଦାର ତଥା ବର୍ତ୍ତମାନ ତିହିଡିର ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଜଗତସିଂହପୁରର ପୂର୍ବତନ ସବ କଲେକ୍ଟର ମହେନ୍ଦ୍ର ପ୍ରସାଦ ମହାନ୍ତି, ଝିମାଣୀ ସର୍କଲର ପୂର୍ବତନ ଆରଆଇ ସନ୍ତୋଷ କୁମାର ମଲ୍ଲିକ, ପାରାଦ୍ୱୀପଗଡ଼ର ପୂର୍ବତନ ଆରଆଇ ନରେନ୍ଦ୍ର କୁମାର ଲେଙ୍କା, କୁଜଙ୍ଗର ପୂର୍ବତନ ଆରଆଇ ସୁବାସ ଚଦ୍ର ଦାସ ଓ ପଣ୍ଡୁଆ ସର୍କଲର ପୂର୍ବତନ ଆରଆଇ ଜ୍ୟୋତି ଭୂଷଣ ବାରିକଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଛି।

ତେବେ ରେଡ୍ ସମୟରେ ସଂପୃକ୍ତ ଅଧିକାରୀଙ୍କ କୋଠା, ବ୍ୟାଙ୍କ ବାଲାନ୍ସ, ସୁନା, ଗହଣା, ଜମି ଓ ଗାଡି ଥିବା ଠାବ କରିଛି ଟିମ। ସରକାରୀ ଅଫିସର ମାନେ ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟମାନଙ୍କୁ ଚଞ୍ଚକତା କରି ସରକାରଙ୍କ ମୂଲ୍ୟବାନ ଜମିକୁ ସେମାନଙ୍କ ହାତକୁ ଜମି ଟେକି ଦେଇଥିବା ଅଭିଯୋଗ ହୋଇଛି।

Latest Posts

Don't Miss