spot_img

Latest Posts

ଅପେକ୍ଷାର ଅନ୍ତ ଘଟିଲା, ବଡ଼ ଦେଉଳରେ ଆରମ୍ଭ ହେଲା ସର୍ବସାଧାରଣ ଦର୍ଶନ

ପୁରୀ: ଆଉ ଅପେକ୍ଷା ନାହିଁ ଏବେ କାଳିଆ ଦର୍ଶନ। ସରିଗଲା କାଳିଆ ଦର୍ଶନର ଅପେକ୍ଷାର ସମୟ। ଚକା ଆଖିଆକୁ ଦେଖି ପୂରିଗଲା ଭକ୍ତଙ୍କ ମନ। ଦୀର୍ଘ ଦିନ ପରେ ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ। ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ। ଗହଳି ଚହଳିରେ ଏବେଠୁ ଚଳଚଞ୍ଚଳ ହେବ ସିଂହଦ୍ୱାର ସାମ୍ନା। କଟକଣା ଭିତରେ କାଳିଆ ସାଆନ୍ତେଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ମନ୍ଦିର ପ୍ରଶାସନ ତରଫରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ଚାଲିଛି ଦର୍ଶନ କାର୍ଯ୍ୟ। ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଛି। ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡରେ ଆସି ସାମାଜିକ ଦୂରତା ରଖି ଚକାଆଖିକୁ ଦର୍ଶନ କରୁଛନ୍ତି ଭକ୍ତ। ଦୁଇଡୋଜ୍ ବିଶିଷ୍ଟ ଟିକା ସାର୍ଟିଫିକେଟ୍ କିମ୍ବା ୯୬ଘଣ୍ଟାର ଆରଟିପିସିଆର୍ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ହୋଇଛି। ଭକ୍ତଙ୍କ ଦର୍ଶନ ପୂର୍ବରୁ ଶ୍ରୀମନ୍ଦିର ପରିସରକୁ ସାନିଟାଇଜ କରାଯାଇଛି। ପୂର୍ବରୁ ୧୬ ତାରିଖରୁ ଓ୍ୱାର୍ଡ  ଓ୍ୱାରି ଦର୍ଶନ କରିଥିଲେ ପୁରୀବାସୀ।

 

Latest Posts

Don't Miss