spot_img

Latest Posts

ଓଡ଼ିଶାକୁ ଅଲିମ୍ପିକ୍ସ ପଦକ ବିଜୟର ଶ୍ରେୟ ଦେଲେ ନରିନ୍ଦର ବାତ୍ରା: ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଓ ଦୂରଦୃଷ୍ଟି ପାଇଁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ୱର: ଭାରତୀୟ ହକି ଦଳର ଅଲିମ୍ପିକ୍ସ ସଫଳତା ପଛରେ ରହିଛି ନବୀନଙ୍କ ଅବଦାନ । ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତ ଯେଉଁ ସଫଳତା ହାସଲ କରିଛି ସେଥିପାଇଁ ଓଡ଼ିଶାର ଭୂମିକାକୁ ପୂରା ଦେଶ ପ୍ରଶଂସା କରିଥିବା ବେଳେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଶଂସା କରିଛନ୍ତି ଇଣ୍ଡିଆନ୍ ଅଲିମ୍ପିକ୍ସ ଆସୋସିଏସନ୍ ସଭାପତି ନରିନ୍ଦର ବାତ୍ରା ।

ଲୋକସେବା ଭବନରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ସେ କହିଛନ୍ତି ଯେ ହକି ଖେଳାଳିଙ୍କ ଦ୍ୱିତୀୟ ଘର ପାଲଟିଛି ଓଡ଼ିଶା । ଆଉ ଏହା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଅବଦାନ ରହିଛି । କେବଳ ଭାରତୀୟ ହକି ଦଳ ପ୍ରାୟୋଜକ ଭାବେ ନୁହେଁ, ଭିତ୍ତିଭୂମିର ବିକାଶ କରି ଭାରତୀୟ ହକି ଦଳକୁ ସହଯୋଗ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ । ଅଲିମ୍ପିକ୍ସ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ୍‌ରେ ବିଭିନ୍ନ ଅନ୍ତର୍ଜାତିକ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି । ଆଉ ଏହି ଅନ୍ତର୍ଜାତିକ ମ୍ୟାଚ୍‌ଗୁଡ଼ିକ ଯୋଗୁଁ ଭାରତୀୟ ଦଳ ଭଲ ଅଭିଜ୍ଞତା ହାସଲ କରିପାରିଛି । ଯାହା ଅଲିମ୍ପିକ୍ସ ପ୍ରଦର୍ଶନରେ ବେଶ ସହାୟକ ହୋଇଛି ।  ହକିର ବିକାଶ ପାଇଁ ନବୀନ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ଭିତ୍ତିଭୂମିକୁ ସୁଦୃଢ କରିବା ଠାରୁ ଆରମ୍ଭ କରି ହକିକୁ ଲୋକପ୍ରିୟ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଅତୁଳନୀୟ । ଯେତେବେଳେ କ୍ରିକେଟ ପଛରେ ସମସ୍ତେ ପାଗଳ ଥିଲେ ସେତେବେଳେ ହକିକୁ ଆପଣାଇଥିଲା ଓଡ଼ିଶା । ହକିକୁ ନୂଆ ଜନ୍ମ ଦେଇଥିଲା ଓଡ଼ିଶା । ରାଜ୍ୟବାସୀଙ୍କ ଠାରୁ ଯେଉଁ ଭଲପାଇବା ମିଳିଥିଲା ତାହା ହକି ଖେଳାଳିଙ୍କ ମନୋବଳ ବଢାଇଥିଲା । ଆଉ ଏହିଠାରୁ ଭାରତୀୟ ହକିର ନୂଆ ଯୁଗ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ନରିନ୍ଦର । ଆମେ ବର୍ତ୍ତମାନ ହକିକୁ ନେଇ ଯେଉଁ ଭଲପାଇବା ପାଉଛି ଆଉ ଭାରତୀୟ ହକି ପଛକୁ ବୁଲି ଚାହିଁବାକୁ ପଡ଼ିବନାହିଁ । ଆଗକୁ ହକିର କ୍ରେଜ ଆହୁରି ବଢ଼ିବ । ଏଥିପାଇଁ ଓଡ଼ିଶା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧନ୍ୟବାଦ ଜଣାଇଛନ୍ତି ନରିନ୍ଦର ବାତ୍ରା । ଏଥିସହିତ ଆଥ୍‌ଲେଟକଙ୍କ ପାଇଁ ଇନ୍‌ଡୋର ଷ୍ଟାଡିୟମ୍‌ର ଆବଶ୍ୟକ ଥିବା ବେଳେ ସେ  ଏ ନେଇ ରାଜ୍ୟ କ୍ରୀଡ଼ା ସଚିବଙ୍କ ସହ ଆଲୋଚନା କରିବା ନେଇ ଭାବୁଥିଲେ । କିନ୍ତୁ ଏହା ପୂର୍ବରୁ ଓଡ଼ିଶାରେ ଇନ୍‌ଡୋର ଷ୍ଟାଡିୟମ୍ ନିର୍ମାଣ ନେଇ ଘୋଷଣା ହୋଇସାରିିଛି । ଏହା ଦ୍ୱାରା ହିଁ ଓଡ଼ିଶା ତଥା ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ନେଇ ଯେଉଁ ଦୂରଦୃଷ୍ଟି ରହିଛି ତାହା ଜଣାପଡ଼ୁଛି । ଏଥିପାଉଁ ଆମେ ଓଡ଼ିଶାକୁ କ୍ରୀଡ଼ା କ୍ୟାପିଟାଲ କହୁଛୁ ବୋଲି ଶ୍ରୀ ବାତ୍ରା କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଭାରତୀୟ ହକି ଦଳକୁ ଜାରି ରହିବ ଓଡ଼ିଶାର ସମର୍ଥନ: ୧୦ ବର୍ଷ ପାଇଁ ପ୍ରାୟୋଜକ ରହିବ ଓଡ଼ିଶା

Latest Posts

Don't Miss