spot_img

Latest Posts

ଆସାମ-ମିଜୋରାମ ସୀମାରେ ପୁଣି ବଢିଲା ବିବାଦ, ସ୍କୁଲରେ ବୋମା ବିସ୍ଫୋରଣ

ନୂଆଦିଲ୍ଲୀ: ଆସାମ ଓ ମିଜୋରାମ ଭିତରେ ସୀମା ବିବାଦ କମିବାକୁ ଯାଉଥିବା ବେଳେ ସୀମାବର୍ତ୍ତୀ ଏକ ସ୍କୁଲରେ ବିସ୍ଫୋରର ପରେ ବିବାଦ ବଢି ଯାଇଛି। ସ୍କୁଲରେ ବିସ୍ଫୋରଣର ଏହି ଘଟଣା ଆସାମର ହେଲାକାଣ୍ଡି ଜିଲ୍ଲାର ଗୁଟଗୁଟି ଅଞ୍ଚଳରେ ଘଟିଛି। ଏହି ବିସ୍ଫୋରଣ ଘଟଣାରେ ଧନ-ଜୀବନ କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ, କିନ୍ତୁ ଏହି ଘଟଣା ପରେ ଦୁଇଟି ରାଜ୍ୟ ଭିତରେ ବିବାଦ ବଢିବାର ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଗୁଟଗୁଟି ଅଞ୍ଚଳର ପକୁଆ ପୁଞ୍ଜି ଲୋୟର ପ୍ରାଇମେରୀ ସ୍କୁଲରେ ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଲୋୟର ଇଣ୍ଟେସିଟି ଏକ୍ସପ୍ଲୋଜନ ଦ୍ବାରା ହୋଇଥିଲା। ଏହି ବିସ୍ଫୋରଣରେ ସ୍କୁଲର ଏକ କାନ୍ଥ ଆଶିଂକ ଭାବରେ କ୍ଷତିଗସ୍ତ ହୋଇଛି। ରିପୋର୍ଟ ଅନୁସାରେ, ଯେଉଁ ସ୍କୁଲରେ ଏହି ବିସ୍ଫୋରଣ ହୋଇଥିଲା ତାହା ଆସାନ ଓ ମିଜୋରାମ ସୀମାରେ ରହିଛି। ଏହା କରୋନା କାରଣରୁ ବନ୍ଦ ଥିଲା ଓ ରାତିରେ ସ୍କୁଲର ଆଖପାଖରେ କେହି ଉପସ୍ଥିତି ନଥିଲେ।

Latest Posts

Don't Miss