ହିମାଚଳ ପ୍ରଦେଶରେ ବଡ଼ ଧରଣର ଭୂସ୍ଖଳନ: ମାଟି ଭିତରେ ଫସି ରହିଛନ୍ତି ୮୦ରୁ ଅଧିକ ଯାତ୍ରୀ

1 min read

 ହିମାଚଳ ପ୍ରଦେଶର ବଡ଼ ଧରଣର ଭୂସ୍ଖଳନ । ମାଟି ଓ ପଥରେ ଭିତରେ ୮୦ରୁ ଅଧିକ ଯାତ୍ରୀ ଫସିରହିଥିବା ଆଶଙ୍କା । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ଆଇଟିବିପି ଓ ଏନଡିଆରଏଫ ଯବାନ । ହିମାଚଳର କିନୌର ଜିଲ୍ଲା ଅନ୍ତର୍ଗତ ରେକୋଙ୍ଗ ପିଓ-ସିମଳା ରାଜପଥରେ ଆଜି ଅପରାହ୍ଣରେ ଘଟିଛି ଦୁର୍ଘଟଣା ।

 

ଏହି ପଥରେ ଏକ ବସ ଓ ଅନ୍ୟ କିଛି ଯାନବାହନ ଯାଉଥିବାବେଳେ ହଠାତ୍ ଭୟଙ୍କର ଭୂସ୍ଖଳନ ଘଟିଥିଲା । କିଛି ଯାନବାହନର ଚିହ୍ନବର୍ଣ୍ଣ ନଥିବା କୁହାଯାଉଛି । ଉଦ୍ଧାର କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । NDRF ଓ ITBP ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଏ ପର୍ଯ୍ୟନ୍ତ ୪ଜଣଙ୍କୁ ଉଦ୍ଧାର କରାଯାଇଛି । ଗତ କିଛି ସପ୍ତାହ ଧରି ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଥିବାବେଳେ ବାରମ୍ବାର ଭୂସ୍ଖଳନ ଘଟି ଧନଜୀବନ ନଷ୍ଟ ହେଉଛି । କିଛି ଦିନ ତଳେ ସିରମୌର ଜିଲ୍ଲାରେ ୧୦୦ ମିଟର ରାସ୍ତା ବି ଭୂସ୍ଖଳନରେ ଧ୍ୱଂସ ହୋଇଯାଇଥିଲା ।

Leave a Reply