spot_img

Latest Posts

ଭିଜିଲାନ୍ସ ଜାଲରେ ଫସିଲେ କିରାଣି ଓ ଟେକ୍ନିକାଲ କନସଲଟାଣ୍ଟ

ପୁରୀ/କେନ୍ଦୁଝର: ଭିଜିଲାନ୍ସ ଜାଲରେ ଷ୍ଟାଟିଷ୍ଟିକାଲ ଅଫିସର। ପୁରୀ ICDSର ଷ୍ଟାଟିଷ୍ଟିକାଲ ଅଫିସର କୃଷ୍ଣଚନ୍ଦ୍ର ଜେନାଙ୍କ ଘରେ ଚଢାଉ ହୋଇଛି। ଭୁବନେଶ୍ୱର ଓ ପୁରୀର ସମେତ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।

ସେପଟେ ଯୋଡ଼ା ବ୍ଲକ ଟେକନିକାଲ କନ୍ସଲଟାଣ୍ଟ କ୍ଷେତ୍ରବାସି ମହାନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କେନ୍ଦୁଝର ସହର ପବିତ୍ରଡ଼ିହା ବାସଭବନ, ସଦରବ୍ଲକ ରଘୁନାଥପୁରସ୍ଥିତ ପୈତୃକ ଘର, ଜଜପଶିସ୍ଥିତ ସନଭାଇଙ୍କ ଘର ଏବଂ ଯୋଡ଼ା କାର୍ଯ୍ୟାଳୟରେ ଚାଲୁ ରହିଛି ଚଢ଼ାଉ। ଯୋଡ଼ା ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟରେ ଟେକନିକାଲ କଂସଲଟାଣ୍ଟ ଭାବେ କାର୍ଯ୍ୟରତ କ୍ଷେତ୍ରବାସୀଙ୍କ ନାମରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଏନେଇ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ଚାଲିଥିଲା। ସ୍ୱତନ୍ତ ଭିଜିଲାନ୍ସ କୋର୍ଟ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ ମିଳିବା ପରେ କେନ୍ଦୁଝର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ ଚାଲିଛି। ତେବେ ଚଢ଼ାଉ ସରିବା ପରେ ସବିଶେଷ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି।

ସକାଳୁ ସକାଳୁ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଉଭୟଙ୍କ ମୋଟ ସମ୍ପତ୍ତିର ଆକଳନ କରାଯାଇପାରିନି। ଯାଞ୍ଚ ସରିବା ପରେ ଏ ନେଇ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।

Latest Posts

Don't Miss