ଆସନ୍ତା ୨୩ରୁ ରାଜଧାନୀରେ ଭକ୍ତଙ୍କ ପାଇଁ ଖୋଲିବ ଧର୍ମାନୁଷ୍ଠାନ
1 min readଭୁବନେଶ୍ୱର: ଭକ୍ତଙ୍କ ପାଇଁ ଖୁସି ଖବର । ଆସନ୍ତା ୨୩ରୁ ରାଜଧାନୀରେ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନେଇ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ଏ ନେଇ ବିଏମ୍ସି ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା । ତେବେ କୋଭିଡ ଗାଇଡଲାଇନ୍ ପାଳନକୁ ବାଧ୍ୟତାମୂଳକ କରାଯାଇଛି । ତେବେ ୨୩ ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ନେଇପାରିବେ ନିଷ୍ପତ୍ତି । ଏନେଇ ବିଭିନ୍ନ ଧର୍ମର ନେତୃବୃନ୍ଦଙ୍କ ସହ ଭର୍ଚୁଆଲରେ ହୋଇଥିଲା ଆଲୋଚନା। ସିଂହଦ୍ଵାର ଓ ଆଡକାଠ ଠାରୁ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି । ଭୋଗ ଲାଗିବା ଉପରେ ବି ରୋକ ଲଗାଯାଇଛି । ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି । ୨୫ରୁ ଅଧିକ ଭକ୍ତଙ୍କ ଏକାଠି ଦର୍ଶନ ମନା। ଛେପ ପକାଇବା ଓ ଗୁଟଖା ଖାଇବା ଉପରେ ରୋକ ଲଗାଯାଇଛି ।ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା, ୧୮ବର୍ଷରୁ କମ ବୟସ୍କ ଓ ଅନ୍ୟ ସମ୍ବେଦନଶୀଳ ବର୍ଗଙ୍କୁ ଧାର୍ମିକ ଅନୁଷ୍ଠନ ଯିବା ଉପରେ ବି କଟକଣା।
ଏଥିସହିତ ପଢ଼ନ୍ତୁ: Cabinet Decision: ୮୯ ଗୋଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣକୁ ମଞ୍ଜୁରୀ