ଅଲମ୍ପିକ୍ସରେ ଇତିହାସ ରଚିଲା ଭାରତ, ଜର୍ମାନୀକୁ ହରାଇ ବ୍ରୋଞ୍ଜ ଆଣିଲା

1 min read

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲା ପୁରୁଷ ହକି ଦଳ। ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଉପରେ ନିଜର ଅଧିକାର ସାବ୍ୟସ୍ତ କରିଛି। ଦୀର୍ଘବର୍ଷର ଅପେକ୍ଷାର ଅନ୍ତ ଘଟିଛି। ୧୯୮୦ରେ ପ୍ରଥମ ଥର ପାଇଁ ପଦକ ଆଣିଥିଲା ଭାରତ। ଏହା ପରେ ଅଲମ୍ପିକର ପଦକ ପାଇଁ ଲଢ଼ି ଚାଲିଥିଲା। ପଦକ ସଂଘର୍ଷରେ ଜିତିଛି ଭାରତ। ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ରେ ପରାସ୍ତ କରିଛି ପଦକରେ ନିଜ ନାମ ଲେଖିଛି।​ ଚାରି ଦଶନ୍ଧିର ସଂଗ୍ରାମକୁ ସମାପ୍ତ କରି ପୁରୁଷ ହକିରେ ଭାରତ ବ୍ରୋଞ୍ଜ ପଦକ ଜିତିଛି। ସିମରନଜିତ୍ ସିଂ ୩ଟି ଗୋଲ୍ ସ୍କୋର କରିଥିଲେ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଖରାପ ଆରମ୍ଭ ହୋଇଥିଲା। କିନ୍ତୁ ଦମଦାର ପ୍ରଦର୍ଶନ ସହିତ ମ୍ୟାଚ୍‌କୁ ନିଜ ଅଧିନକୁ ନେଇଥିଲା ଭାରତ। ତା’ପରେ କ୍ରମାଗତ ଗୋଲ୍ ସ୍କୋର କରିଥିଲା।  କିନ୍ତୁ ଏହା ପରେ ଜର୍ମାନୀ ଆଉ ଦୁଇଟି ଗୋଲ ସ୍କୋର କରି ଭାରତ ଉପରେ ଚାପ ପକାଇଲା। କିନ୍ତୁ ଟିମ୍ ଇଣ୍ଡିଆ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ମାତ୍ର ୨ ମିନିଟରେ ମ୍ୟାଚ୍‌କୁ ୫-୪ ଆଗୁଆ ଦୌଡ଼କୁ ଆଣିଥିଲା। ​ମ୍ୟାଚର ପ୍ରଥମ ମିନିଟରେ ଜର୍ମାନୀ ଗୋଲ ସ୍କୋର କରିଥିଲା। ଜର୍ମାନୀ ପାଇଁ ମୁର ଓରୁଜ ଏହି ଫିଲ୍ଡ ଗୋଲ ସ୍କୋର କରିଥିଲେ। ଯାହା ପରେ ଜର୍ମାନୀ ୧-୦ରେ ଆଗରେ ରହିଥିଲା। ପ୍ରତିପକ୍ଷ ଆକ୍ରମଣ ପାଇଁ ଟିମ୍ ଇଣ୍ଡିଆର ସୁଯୋଗ ଥିଲା, କିନ୍ତୁ ଏହା ହାତଛଡା କରିଥିଲା। ୫ମ ମିନିଟରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। କିନ୍ତୁ ରୁପିନ୍ଦର ପାଲ ସିଂ ଗୋଲ କରିବାରେ ବିଫଳ ହୋଇଥିଲେ।

ପ୍ରଥମ କ୍ୱାର୍ଟରରେ ଜର୍ମାନୀ ଭାରତ ଉପରେ ଚାପ ପକାଇଥିଲା। ଏହି କ୍ୱାର୍ଟରରେ ଜର୍ମାନୀ ବହୁତ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଥିଲା ପ୍ରଥମ ମିନିଟରେ ଏକ ଗୋଲ ସ୍କୋର କରି ଜର୍ମାନୀ ପାଇଁ ଏହି ପଦକ କେତେ ମୂଲ୍ୟବାନ ତାହା ଦେଖାଇଦେଇଥିଲା। ପ୍ରଥମ କ୍ୱାର୍ଟର ଶେଷ ହେବା ପୂର୍ବରୁ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଯାହାର ପୁରା ଫାଇଦା ଉଠାଇଥିଲା ଭାରତ। ପେନାଲଟିରେ ଗୋଲ ଦେବା ପରେ ଜର୍ମାନୀକୁ ୧-୧ରେ ଆଗୁଆ ରଖିଥିଲା। ଶ୍ରୀଜେଶଙ୍କୁ ଏଠାରେ ବିଶେଷ ପ୍ରଶଂସା କରିବାକୁ ପଡିବ। ସବୁଠାରୁ ଗୋଲ କିପର ସ୍ରିଜେସ୍‌ ଆଜି ତାଙ୍କର ଭଲ ପ୍ରଦର୍ଶନ କରିଥିଲେ।

Leave a Reply

ନଜର ପକାନ୍ତୁ