spot_img

Latest Posts

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ବ୍ରହ୍ମପୁର ପ୍ରାଥମିକ ଶିକ୍ଷକ ସଂଘ

ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ପ୍ରାଥମିକ ଶିକ୍ଷକ ସଂଘ। ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତି କ୍ଷେତ୍ରରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ବ୍ରହ୍ମପୁର ଶିକ୍ଷକ ସଂଘ ଧନ୍ୟବାଦ ଜଣାଇଛନ୍ତି। ପୂର୍ବରୁ ପଦୋନ୍ନତି କ୍ଷେତ୍ରରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ନୂତନ ରାସ୍ତା ଖୋଲିବା ସହ ସୁବ୍ୟବସ୍ଥା କରିଛନ୍ତି ବୋଲି ସଂଘର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାରଣା କହିଛନ୍ତି। ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ କ୍ୟାଡର ବ୍ୟବସ୍ଥା ୧୯୯୭ରେ ଆରମ୍ଭ କରାଯିବା ସହ ୨୦୦୯ ମସିହାରେ ପରିବର୍ତ୍ତନ ହୋଇଥିଲା। ପରେ ୨୦୧୪ ମସିହାରେ ମଧ୍ୟ ପୁଣି ଅର୍ଡ଼ର ହେବା ସହ ତ୍ରୁଟି ବିଚ୍ୟୁତି ଯୋଗୁଁ ବହୁ ଶିକ୍ଷକ ପଦୋନ୍ନତିରୁ ବଞ୍ଚିତ ଥିଲେ ବୋଲି ସଂଘର ଜିଲ୍ଲା ସଭାପତି ସାରଥୀ ପାତ୍ର ଏଠାରେ କହିଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ପଦୋନ୍ନତି କ୍ଷେତ୍ରରେ ଅବଧି ପାଇଁ ସମୟସୀମା କମାଇବା ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ଏହା ବିଶେଷ ଉପାଦେୟ ହେବ। ଏଭଳି ପଦକ୍ଷେପ ପାଇଁ ରଜ୍ୟ ସରକାର , ୫ଟି ସଚିବ ଭି କେ. ପାଣ୍ଡିଆନ୍, ଯାଜପୁର ବିଧାୟକ ତଥା ବିଜେଡ଼ି ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Latest Posts

Don't Miss