ଦେଶ ମନେ ରଖିବ ଏହି ୬୦ ମିନିଟ ! ଅଲମ୍ପିକରେ ଭାରତୀୟ ମହିଳା ହକି ଦଳର ବିସ୍ଫୋରକ ପ୍ରଦର୍ଶନ

1 min read

ଟୋକିଓ ଅଲମ୍ପିକ ୨୦୨୦: ଟୋକିଓ ଅଲମ୍ପିକରେ ଭାରତୀୟ ମହିଳା ହକି ଟିମ ସମସ୍ତଙ୍କୁ ଖୁବ ପ୍ରଭାବିତ କରିଛି । ରାଣୀ ରାମପାଲଙ୍କ ନେତୃତ୍ୱରେ ଖେଳାଳୀମାନେ ଯେଉଁଭଳି ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ, ସେଥିରୁ ପ୍ରମାଣିତ ହୋଇଥିଲା ଯେ, ଦେଶର ଜାତୀୟ ଖେଳରେ ଝିଅମାନେ ବି କିଛି କମ ନୁହଁନ୍ତି । ଆଜି ଟୋକିଓ ଅଲମ୍ପିକରେ ଭାରତର ମୁକାବିଲା ଥିଲା ଟିମ ଅଷ୍ଟ୍ରେଲିଆ ସହିତ । ତିନି ତିନି ଥରର ଅଲିମ୍ପିକ୍ ଗୋଲ୍ଡ ବିଜେତା ଅଷ୍ଟ୍ରେଲିଆକୁ ଭାରତୀୟ ଦଳ ଯେଉଁଭଳି ଭାବେ ମାତ୍ ଦେଲା ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ।

ଆରମ୍ଭରୁ ହିଁ ଜଣାପଡ଼ିଗାଲ ଯେ ଉଭୟ ଦଳ ପାଇଁ ମୁକାବିକା ଏତେ ସଜହ ହେବ ନାହିଁ । ଅଷ୍ଟ୍ରେଲୀୟ ଖେଳାଳୀ ମାନେ ମ୍ୟାଚ ଆରମ୍ଭ ହେଉ ହେଉ ତାଙ୍କ କୌଶଳ ଆରମ୍ଭ କରିଥିଲେ । କିନ୍ତୁ ଭାରତୀୟ ଖେଳାଳୀ ବି କିଛି କମ ନଥିଲେ । କଙ୍ଗାରୁଙ୍କ ଗୋଟି ଗୋଟି ମୁଭକୁ ଖୁବ ଚତୁରତାର ସହ ମାତ୍ ଦେଇଥିଲେ । ଭାରତୀୟ ଗୋଲକିପର ଅଷ୍ଟ୍ରେଲୀୟ ଖେଳାଳିଙ୍କ ପ୍ରତ୍ୟେକ ମୁଭକୁ ଡିଫେଣ୍ଡ କରିବାକୁ ପ୍ରସ୍ତୁତ ଥିଲେ। ଭାରତର ଡିଭେନ୍ସ ଖୁବ ଦମଦାର ଥିଲା, ବିଶେଷକରି ଏଭଳି ଦେଶ ବିପକ୍ଷରେ ଯିଏ ଗ୍ରୁପ ଷ୍ଟେଜରେ ୧୩ଟି ଗୋଲ ସ୍କୋର କରିଥିଲା ।

ଅଷ୍ଟ୍ରେଲିଆ ଗୋଲ କରିବା ପାଇଁ ପୂରା ଦମ ଲଗାଇଥିଲେ, କିନ୍ତୁ ଭାରତ ଏପରି ହେବାକୁ ଦେଲେନି । ମଉକା ଆସିଲା ଦ୍ୱିତୀୟ କ୍ୱାର୍ଟର ଫାଇନାଲର ୬ ମିନିଟ ପରେ । ଭାରତକୁ ମିଳିଲା ପ୍ରଥମ ପେନାଲ୍ଟି କର୍ଣ୍ଣର । ଗୁରଜୀତ ସିଂହ କୌଣସି ଭୁଲ ନକରି ଅଲମ୍ପିକରେ ନିଜର ପ୍ରଥମ ଗୋଲ କଲେ । ଭାରତ ୧-୦ରେ ଆଗରେ ଥିଲା । ଗୋଲ ପରେ କାଉଣ୍ଟର ଆଟାକ୍ ଅଷ୍ଟ୍ରେଲିଆ ପକ୍ଷରୁ ଜୋରଦାର ଥିଲା । ଖେଳରେ ଆକ୍ରୋଶ କିଛି ମିନିଟ୍ ପରେ ବଢ଼ିବାକୁ ଲାଗିଲା, ଅନେକ ଖେଳାଳି ପଡ଼ିଆରେ ଆହତ ହେବା ବି ନଜର ଆସିଥିଲା ।

ସମୟ ସରି ଆସୁଥାଏ, ଅଷ୍ଟ୍ରେଲିଆ ପାଇଁ ଚିନ୍ତା ବଢ଼ୁଥାଏ । ଏଭଳି ପରିସ୍ଥିତିରେ ଭାରତୀୟ ଦଳର ଗୋଟିଏ ଭୁଲ ପଦକ ଜିତିବାର ଆଶାକୁ ଧୂଳିସାତ୍ କରିଦେଇଥାନ୍ତା । କିନ୍ତୁ ସେପରି କିଛି ହୋଇନଥିଲା । ମ୍ୟାଚ ଭିତରେ ଏମିତି ସମୟ ଆସିଥିଲା ଯେଉଁଠି ଭାରତୀୟ ଖେଳାଳୀଙ୍କ ଚିନ୍ତା ବଢ଼ିଯାଇଥିଲା । ଶର୍ମିଳା ଫାଷ୍ଟ ହାଫରେ ଗୋଲ କରିବା ପାଇଁ ସୁଯୋଗ ବାଢ଼ିଥିଲେ କିନ୍ତୁ ଗୋଲ ହୋଇପାରିନଥିଲା ।

୬୦ ମିନିଟ୍ ବିତିସାରିଥିଲା । ସ୍କୋର ଭାରତ ସପକ୍ଷରେ ୧-୦ରେ ଥିଲା । ଭାରତ ଏହି ମ୍ୟାଚ ଜିତିସାରିଥିଲା ​​ଆଉ ତାହା ହୋଇଥିଲା ଯାହା କେବେ ହୋଇନଥିଲା । ଭାରତୀୟ ମହିଳା ହକି ଟିମ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଛି ।

ନିର୍ବିଶେଷରେ ମ୍ୟାଚର ଫଳାଫଳ ଯେଉଁ ଦଳ ପକ୍ଷରେ ହେଇଥାଉ ନା କାହିଁକି ଦର୍ଶକଙ୍କ ପାଇଁ ଏହା ଏକ ରୋମାଞ୍ଚକର ମ୍ୟାଚ୍ ଥିଲା । ଉଭୟ ଦଳର ଖେଳାଳିମାନେ ସେମାନଙ୍କର ସର୍ବୋତ୍ତମ ଦକ୍ଷତା ପ୍ରଦର୍ଶନ କରିଥିଲେ ।

Leave a Reply