spot_img

Latest Posts

କଳା ମାଧ୍ୟମରେ ଲୋକଙ୍କୁ ଡେଙ୍ଗୁନେଇ ସଚେତନ କରାଉଛନ୍ତି ଯୁବଶିଳ୍ପୀ

ଭୁବନେଶ୍ୱର: କରୋନା ପରେ ରାଜଧାନୀରେ ଡେଙ୍ଗୁ ଆତଙ୍କ। ସଚେତନ ପାଇଁ ସବୁ ମହଲରୁ ପ୍ରୟାସ। ନିଆରା ଉଦ୍ୟମ କଲେ ଯୁବ ଶିଳ୍ପୀ। ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ପରେ ଏବେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତେବେ ଏହାକୁ ରୋକିବାକୁ ଚିକିତ୍ସା ଯେତିକି ଜରୁରୀ, ତାଠାରୁ ଅଧିକ ଆବଶ୍ୟକ ସଚେତନତା। ଏଥିପାଇଁ ନିଜର କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି ଯୁବ ଶିଳ୍ପୀ ପ୍ରିୟରଞ୍ଜନ ବରାଳ।

ସାଧାରଣତଃ ଟାୟାର, ନଡିଆ ସଢ଼େଇ ଓ ଫୁଲକୁଣ୍ଡ ଭଳି ଜିନିଷରେ ପାଣି ଜମି ମଶା ବଂଶ ବୃଦ୍ଧି ହୋଇଥାଏ। ତେଣୁ ଏସବୁକୁ ଏଣେତେଣ ନଫୋପାଡିବାକୁ ଅବ୍ୟହୃତ ଇଲୋକ୍ରୋନିକ୍ସ ଓ ଲୁହାରୁ ସେ ତିଆରି କରିଛନ୍ତି ଡେଙ୍ଗୁ ମଶା। ଏହାସହ ଅବ୍ୟବହୃତ ଟାୟାରରୁ ତିଆରି କରିଛନ୍ତି ଗାର୍ଡେନ ସୋଫା। ଏହାକୁ ତିଆରି କରିବା ପାଇଁ ୫ ରୁ ୬ ଦିନ ତାଙ୍କୁ ସମୟ ଲାଗିଛି।

ପ୍ରିୟଙ୍କ ଦ୍ୱାରା ତିଆରି ଏସବୁ ଜିନିଷ ଦେଖିବାକୁ ଯେତିକି ସୁନ୍ଦର ସେତିକି ହୃଦୟସ୍ପର୍ଶି। ପୂର୍ବରୁ ମଧ୍ୟ କରୋନାର ପ୍ରଥମ ଲହର ସମୟରେ ପ୍ରିୟ ଓ ତାଙ୍କ ଗ୍ରୁପର ଅନ୍ୟ ସଦସ୍ୟମାନେ ଅନୁରୂପ ଭାବେ ଭୂତାଣୁର ପ୍ରତିକୃତି ତିଆରି କରି ଭୁବନେଶ୍ୱରର ପ୍ରମୁଖ ଛକ ଗୁଡିକରେ ସ୍ଥାପନ ସହ ପ୍ରାଚୀରରେ ଚିତ୍ର କରି ସଚେତନତା କରିଥିଲେ।

ବିଏମସି ପକ୍ଷରୁ ଆରମ୍ଭ ହୋଇଛି e ୱେଷ୍ଟ ସଂଗ୍ରହ ଅଭିଯାନ। ପ୍ରିୟଙ୍କ ଓଡ଼ିଶା ପ୍ରୋଗ୍ରେସିଭ ଆର୍ଟିଷ୍ଟ ଗ୍ରୁପ ଦ୍ୱାରା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ଏଭଳି ସାମଗ୍ରୀ ବିଏମସିର ଅଭିଯାନକୁ ଭିନ୍ନ ଏକ ଦିଗ ଦେବାରେ ସହାୟକ ହୋଇପାରିବ।

Latest Posts

Don't Miss