ଅଗଷ୍ଟ ୧୫ ଲାଗି ସାଂସଦଙ୍କୁ ଏଭଳି ଟାସ୍କ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ହଙ୍ଗାମା ଭିତରେ ମଙ୍ଗଳବାର ଦିନ ବିଜେପି ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ନେଇ ସାଂସଦ ମାନଙ୍କୁ ଟାସ୍କ ଦେଇଛନ୍ତି ।
୨୦୪୭ ମସିହା ବେଳକୁ ୧୦୦ତମ ସ୍ୱାଧୀନତା ଦିବସ ପାଳନ କରିବ ଦେଶ । ସେ ସମୟରେ ଦେଶ କେଉଁଠି ଥିବ ତାହା ଲୋକମାନେ ବିଚାର କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସବୁ ବିଧାନସଭା କ୍ଷେତ୍ରରେ ୨ ଜଣ କାର୍ଯ୍ୟକର୍ତ୍ତା ଯୋଡି ୭୫ଟି ଗାଁର ଗସ୍ତ କରିବ । ଏହି ସମୟରେ ଏକ ଡାଟା ପ୍ରସ୍ତୁତ କରାଯିବ, ଯେଉଁଥିରୁ ଜଣାପଡିବ ଡିଜିଟାଲ୍ ଲିଟରେସି କେଉଁ ସ୍ଥାନରେ ପହଞ୍ଚିଛି ଓ ଦେଶ କେଉଁ ସ୍ଥାନରେ ପହଞ୍ଚିପାରିବ ।
ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନତାର ୭୫ ବର୍ଷ ଅବସରରେ ୭୫ ଗାଁକୁ ଯାଆନ୍ତୁ । ସେଠାରେ ୭୫ ଘଣ୍ଟା ବିତାଇବା ସହ ଜନତାଙ୍କୁ ଦେଶରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇବେ।
ଉଲ୍ଲେଖଯୋଗ୍ୟ, ପେଗାସସ୍ ସ୍ପାଏ ହ୍ୟାକିଂକୁ ନେଇ ଗତକାଲି IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୃହରେ ବିବୃତି ରଖୁଥିବା ବେଳେ ଟିଏମସି ସାଂସଦ ଶାନ୍ତନୁ ତାଙ୍କ ହାତରୁ କାଗଜ ଛଡ଼ାଇ ଚିରି ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଘଟଣାରେ ଶାନ୍ତନୁଙ୍କୁ ସସପେଣ୍ଡ କରାଯାଇଥିଲା।