spot_img

Latest Posts

ଅନେକ ଦିନ ପରେ ସ୍ୱଭାବିକ ହେଲା ବସ୍‌ ଚଳାଚଳ, ଚଳଚଞ୍ଚଳ ହୋଇଛି ଯାତ୍ରୀ ପରିବହନ ସେବା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ସ୍ୱାଭାବିକ ହେଲା ବସ ଚଳାଚଳ। ବରମୁଣ୍ଡା ବସଷ୍ଟାଣ୍ଡରୁ ରାଜ୍ୟର ସବୁ ଜିଲ୍ଲାକୁ ବସ ଚଳାଚଳ ଆରମ୍ଭ ହୋଇଛି। ଚଳଚଞ୍ଚଳ ହୋଇଛି ଯାତ୍ରୀ ପରିବହନ ସେବା। କରୋନା ଗାଇଡଲାଇନ ସହ ଯାତ୍ରୀମାନେ ବସରେ ବସି ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି। ସମସ୍ତଙ୍କ ମୁହଁରେ ରହିଛି ମାସ୍କ। ସରକାରଙ୍କ କଟକଣାକୁ ଦୃଷ୍ଟିରେ ରଖି ବସରେ ନୋ ମାସ୍କ ନୋ ଏଣ୍ଟ୍ରି ଲେଖାଯାଇଛି। ସକାଳୁ ସକାଳୁ ଅର୍ଡିନାରି ବସ ଚଳାଚଳ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ନାଇଟକୋଚ୍ ଚଳାଚଳ ଆରମ୍ଭ କରିବ।

ବସରେ ଯେତିକି ସିଟ୍ ରହିଛି ସେତିକି ଯାତ୍ରୀ ଯାତ୍ରା କରିବେ। ଠିଆ ହୋଇ କୌଣସି ଯାତ୍ରୀ ଯାତ୍ରା କରିପାରିବେ ନାହିଁ ବୋଲି ସରକାରଙ୍କ କଟକଣା ରହିଛି। ଘରୋଇ ଏବଂ ସରକାରୀ ବସ ସମେତ ଭୁବନେଶ୍ୱର ରେ ମୋବସ ଚଳାଚଳ ମଧ୍ୟ ସ୍ୱାଭାବିକ ହୋଇଛି। ସରକାରଙ୍କ ଅନୁମତି ପରେ ବସ ଚଳାଚଳ ନେଇ ଘରୋଇ ବସ ମାଲିକ ସଂଘ ବସ ଚଳାଇବା ନେଇ ମନା କରିଥିଲେ। ଶନିବାର ଦିନ ଏନେଇ ପରିବହନ ମନ୍ତ୍ରୀ, ସଚିବ, କମିଶନର ଓ ଫାଇନାନ୍ସ ସେକ୍ରେଟାରୀ ଙ୍କ ସହ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ର ଆଲୋଚନା ପରେ ଆଜିଠାରୁ ବସ ଚଳାଚଳ ପାଇଁ ନିଷ୍ପତି ନେଇଥିଲା ମାଲିକ ସଂଘ।

Latest Posts

Don't Miss