ବିଦା ହେଲେ ଓଲି: ପଞ୍ଚମ ଥର ପାଇଁ ନେପାଳ ପ୍ରଧାନମନ୍ତ୍ରୀ ହେଲେ ସେର୍ ବାହାଦୁର

1 min read

କାଠମାଣ୍ଡୁ: ନେପାଳରେ ବଦଳିଲା ସରକାର । ସେର ବାହାଦୁର ଦେଉବା ହେଲେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ନେପାଳୀ କଂଗ୍ରେସ ବିରୋଧୀ ଦଳକୁ ନେଇ ସରକାର ଗଠନ କରିବେ । ଏଥିସହ ଭଙ୍ଗ ହୋଇଥିବା ସଂସଦ ମଧ୍ୟ ଖୁବଶୀଘ୍ର ଚାଲୁ ହେବ । ସେର ବାହାଦୁର ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ସହ ସମ୍ପର୍କ ସୁଧୁରିବ ବୋଲି ଆଶା କରାଯାଉଛି । ପଲିଟିକାଲ କ୍ରାଇସିସର ଦି ଏଣ୍ଡ । ନେପାଳରେ ନୂଆ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ମିଳିଛି । ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସମ୍ବିଧାନର ଧାରା ୭୬ (୫) ଅନୁସାରେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ନେପାଳର ସୁପ୍ରିମକୋର୍ଟ ଦୁଇ ଦିନ ମଧ୍ୟରେ ସେର୍ ବାହାଦୁରଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଭଙ୍ଗ ସଂସଦକୁ ମଧ୍ୟ ଆଉ ଥରେ ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେର୍ ବାହାଦୁର ଦେଉବା ବିରୋଧୀ ଦଳକୁ ନେଇ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ସରକାର ଗଠନ କରିବେ । ଏହି ଗଠବନ୍ଧନରେ ନେପାଳୀ କଂଗ୍ରେସ, ସିପିଏନଏମ, ସିପିଏନ-ୟୁଏମଏଲ ଏବଂ ଜନତା ସମାଜବାର୍ଦି ପାର୍ଟି ସାମିଲ ହେବେ ।

ସେର୍ ବାହାଦୁର ସିଂହ ଭାରତର ସମର୍ଥକ ବୋଲି କୁହାଯାଏ । ପୂର୍ବରୁ ୪ ଥର ପ୍ରଧାନମନ୍ତ୍ରୀତ୍ୱ କାଳରେ ସେର୍ ବାହାଦୁର ଭାରତ ସହ ସମ୍ପର୍କ ଭଲ ରଖିବା ପାଇଁ ଅନେକ ନିଷ୍ପତ୍ତି ନେଇଛନ୍ତି । ୨୦୧୭ରେ ଯେତେବେଳେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେ ଦିଲ୍ଲୀ ଆସି ଦୁଇ ରାଷ୍ଟ୍ର ମଧ୍ୟରେ ସୁସମ୍ପର୍କ ରଖିବା ପାଇଁ ଗୁରୁତ୍ୱ ଦେଇଥିଲେ । ଗତ ମେ ୨୨ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମାଙ୍କ ଓଲିଙ୍କ ସୁପାରିସ କ୍ରମେ ସଂସଦ ଭଙ୍ଗ କରିଦେଇଥିଲେ ରାଷ୍ଟ୍ରପତି । ୫ ମାସରେ ଭିତରେ ଦୁଇ ଦୁଇ ଥର ସଂସଦ ଭଙ୍ଗ ହୋଇଥିବା ବେଳେ ରାଜନୈତିକ ସଙ୍କଟ ମଧ୍ୟ ନେପାଳରେ ଜୋର ଧରିଥିଲା । ଏଥିସହ ୧୨ ଓ ୧୯ ନଭେମ୍ବରରେ ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏହା ବିରୋଧରେ କୋର୍ଟରେ ଆବେଦନ କରାଯାଇଥିଲା । ବିରୋଧୀ ମଧ୍ୟ ନିର୍ବାଚକୁ ନାପସନ୍ଦ କରିଥିଲେ । ନେପାଳୀ କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଓବାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ବିଭିନ୍ନ ମହଲରୁ ଦାବି ଉଠିଥିଲା ।

ଏଥିସହିତ ପଢ଼ନ୍ତୁ: ସେଲ୍ଫି ନେଲା ୧୧ ଜୀବନ, ଅମ୍ବର ଦୁର୍ଗରେ ଅଭାବନୀୟ ଘଟଣା

Leave a Reply