କରୋନାରେ ରାଜ୍ୟରେ ସର୍ବାଧିକ ୫୨ ଜଣଙ୍କ ମୃତ୍ୟୁ
1 min readଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଖସୁଥିବା ବେଳେ ମୃତ୍ୟୁ ମାମଲା ଥମୁନି । ଗତ ୨୪ ଘଣ୍ଟାରେ କରୋନାରେ ଆଖି ବୁଜିଛନ୍ତି ୫୨ ଜଣ । କରୋନା ଦୈନିକ ମୃତ୍ୟୁର ସବୁ ରେକର୍ଡକୁ ଏହା ଭାଙ୍ଗି ଦେଇଛି । ଏହା ପୂର୍ବରୁ ଗତ ଜୁନ୍ ୩୦ ତାରିଖରେ ସର୍ବାଧିକ ୪୮ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୪ ଘଣ୍ଟାରେ ୫୨ ଜଣଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୪ ହଜାର ୨୪୮କୁ ବୃଦ୍ଧି ପାଇଛି ।
Regret to inform the demise of fifty two numbers of Covid positive patients while under treatment in hospitals.
1.A 65 years old Male of Baragarh District.
2.A 60 years old Female of Baragarh District.
3.A 53 years old Female of Baragarh District.
— H & FW Dept Odisha (@HFWOdisha) July 5, 2021
ବରଗଡ଼ରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକରୁ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରରୁ ୫ ଜଣ, ବୌଦ୍ଧରୁ ଜଣେ, କଟକରୁ ୨ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୫ ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୫ ଜଣଙ୍କ ମୃତ୍ୟୁ ହୋଇଛି ।
7.A 48 years old Female of Bhubaneswar.
8.A 60 years old Male of Bhubaneswar who was also suffering from Hypertension, Cardiac Bypass Surgery.
9.A 51 years old Male of Bhubaneswar.
— H & FW Dept Odisha (@HFWOdisha) July 5, 2021
ସେହିଭଳି କନ୍ଧମାଳରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ୪ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ମୟୂରଭଞ୍ଜରୁ ୨ ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ଜଣେ, ପୁରୀରୁ ୫ ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ଼ରୁ ୫ ଜଣ ପ୍ରାଣ ହରାଇଛନ୍ତି ।