ଜଳିଗଲା ସେନା ବିମାନ, ୧୭ ମୃତ ୪୦ ଗୁରୁତର
1 min readଫିଲିଫାଇନ୍ସରେ ରବିବାର ଘଟିଛି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା । ସୂଚନା ମୁତାବକ ଏକ ସାମରିକ ବିମାନ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିବା ଜଣାପଡ଼ିଛି । ଦୁର୍ଘଟଣା ସମୟରେ ବିମାନରେ ପାଖାପାଖି ୮୫ ଜଣ ଯାତ୍ରୀ ଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୪୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି।
At least 17 killed and 15 rescued from the burning wreckage of Philippine's C-130 military plane crash: AFP
— ANI (@ANI) July 4, 2021
ସୂଚନା ମୁତାବକ ଫିଲିପାଇନ୍ସ ବାୟୁସେନାର c-130 ବିମାନଟି ରବିବାର ଦିନ ସକାଳେ ପାଟିକୁଲ ନିକଟରେ ଦୁର୍ଘଟଣାରେ ଶିକାର ହୋଇଛି । ବିମାନଟି ଯେତେବେଳେ ସୁଲୁ ପ୍ରାନ୍ତ ଜିଲ୍ଲା ଦ୍ୱୀପ ନିକଟରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା ସେହି ସମୟରେ ବିମାନରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାଟି ଦକ୍ଷୀଣ ଫିଲିପାଇନ୍ସରେ ଘଟିଥିବା ଫିଲପାଇନ୍ସ ସେନା ପ୍ରମୁଖ ସିରିଲିଟେ ସୋବେଜନା କହିଛନ୍ତି।
https://twitter.com/AlertsPea/status/1411556461365194754?s=20
ବିମାନର ଧ୍ୱଂସାବଶେଷରୁ ଉଦ୍ଧାର ସୈନିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହି ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଫିଲିପାଇନ୍ ସେନା ପକ୍ଷରୁ କୁହାଯାଇଛି ।