ରେଳ ବିଭାଗ ପକ୍ଷରୁ ଭୁବନେଶ୍ୱର-ନୂଆଦିଲ୍ଲୀ ୪ଟି ଟ୍ରେନ ବାତିଲ
1 min readଭୁବନେଶ୍ୱର: ପୂର୍ବତଟ ରେଳ ବିଭାଗ ପକ୍ଷରୁ ବାତିଲ କରାଗଲା ଟ୍ରେନ । ଭୁବନେଶ୍ୱରରୁ ଦିଲ୍ଲୀ ଚାଲିବାକୁ ଥିବା ଦୁଇ ଯୋଡ଼ା ଟ୍ରେନ ଅଥବା ୪ଟି ସ୍ପେସାଲ ଟ୍ରେନ ବାତିଲ କରିଛି ପୂର୍ବତଟ ରେଳ ବିଭାଗ । ପୂର୍ବତଟ ରେଳ ଅଧିନରେ ଥିବା ପୂର୍ବ ମଧ୍ୟ ରେଳ ବିଭାଗର ବିଭିନ୍ନ ଷ୍ଟେସନରୁ ଭୁବନେଶ୍ବରୁ ଦିଲ୍ଲୀ ଯିବାକୁ ଥିବା ସମୁଦାୟ ୨ ଯୋଡ଼ା ଟ୍ରେନର ଯାତ୍ରାକୁ ରଦ୍ଧ କରାଯାଇଛି । ବାତିଲ ହୋଇଥିବା ଏହି ଟ୍ରେନ ଗୁଡ଼ିକ ପ୍ରଥମ ରହିଛି ଟ୍ରେନ ନମ୍ବର ୦୨୮୨୩ । ଭୁବନେଶ୍ୱର-ଦିଲ୍ଲୀ ସ୍ପେସାଲ ଟ୍ରେନ ଜୁଲାଇ ୫, ୯ ଏବଂ ୧୨ ତାରିଖରେ ଚାଲିବାକୁ ଥିବାବେଳେ ଏହାକୁ ବାତିଲ କରାଯାଇଛି ।
ସେହିପରି ଟ୍ରେନ ନମ୍ବର ୦୨୮୨୪ ନୂଆଦିଲ୍ଲୀ- ଭୁବନେଶ୍ୱର ସ୍ପେସାଲ ଟ୍ରେନ ୩, ୬, ୧୦ ଏବଂ ୧୩ ଜୁଲାଇରେ ଯାତ୍ରା କରିବାକୁ ଥିବାବେଳେ ଏହାକୁ ଋଦ୍ଧ କରାଯାଇଛି । ଏନ୍ୟପଟେ ଗାଡ଼ି ନମ୍ବର ୦୨୮୫୫ ଭୁବନେଶ୍ୱରରୁ ନୂଆଦିଲ୍ଲୀ ସ୍ପେସାଲ ଟ୍ରେନ ଜୁଲାଇ ୩ ଏବଂ ୧୦ ତାରିଖ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଗାଡ଼ି ନମ୍ବର ୦୨୮୫୬ ନୂଆଦିଲ୍ଲୀ- ଭୁବନେଶ୍ୱର ସ୍ପେସାଲ ଟ୍ରେନ ଜୁଲାଇ ୪ ତାରିଖ ଏବଂ ୧୧ ତାରିଖରେ ଭୁବନେଶ୍ୱରରୁ ଦିଲ୍ଲୀ ଯିବାକୁ ଥିବେବେଳେ ଏହାକୁ ପୂର୍ବତଟ ରେଳ ତରଫରୁ ଯାତ୍ରାକୁ ସ୍ଥଗିତ ଅଥବା ବାତିଲ କରାଯାଇଛି ।