spot_img

Latest Posts

ତୀରଥ ସିଂ ରାଓ୍ୱତ ଇସ୍ତଫା ଦେବା ପରେ ଏବେ ପଶ୍ଚିମବଙ୍ଗରେ ସରଗରମ ରାଜନୀତି

ନୂଆଦିଲ୍ଲୀ: ସାମ୍ବିଧାନିକ କାରଣ ପାଇଁ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂ ରାଓ୍ୱତ ଇସ୍ତଫା ଦେବା ପରେ ଏବେ ପଶ୍ଚିମବଙ୍ଗରେ ସରଗରମ ହୋଇଛି ରାଜନୀତି। ପଶ୍ଚିମବଙ୍ଗରେ ହେବାକୁ ଥିବା ଉପନିର୍ବାଚନ ଖୁବ ଶୀଘ୍ର କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ସରକାର। ସମସ୍ତ କୋଭିଡ୍ ନିୟମ ମାନି ନିର୍ବାଚନ ହେବ ବୋଲି କହିଛନ୍ତି ମମତା ସରକାର। ପଶ୍ଚିମବଙ୍ଗର ୮ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ। ଏଥିରେ ରହିଛି ଭବାନିପରୁର ଆସନ। ଯେଉଁଠି ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଣୁ ଖୁବଶୀଘ୍ର ଉପନିର୍ବାଚନ ହେବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖାଯାଇଛି। ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ବିଧାୟକ ଭାବେ ନିର୍ବାଚିତ ହେବାକୁ ପଡିବ। ଏଭଳି ସ୍ଥିତିରେ ନଭେମ୍ବର ୫ ପୂର୍ବରୁ ମମତା ବାନାର୍ଜୀଙ୍କୁ ନିର୍ବାଚନ ଜିତିବାକୁ ହେବ। ନ ହେଲେ ଆଗାମି ଦିନରେ ଟିଏମସି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ। ଏଣୁ ଆଗୁଆ ନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ସରକାର। ସେପଟେ ତୀରଥ ସିଂ ରାଓ୍ୱାତଙ୍କ ଇସ୍ତଫାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ରାଜନୈତିକ ବିଶେଷଜ୍ଞ। ଉତ୍ତରାଖଣ୍ଡ ଭଳି ପଶ୍ଚିମବଙ୍ଗରେ ସ୍ଥିତି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

Latest Posts

Don't Miss