spot_img

Latest Posts

ଜୁଲାଇ ୧ ପରେ ଖୋଲିବ ନା ପୁଣି ବନ୍ଦ ହେବ ରାଜ୍ୟ, ସବୁ ଜିଲ୍ଲାର ସ୍ଥିତିକୁ ନେଇ ଚାଲିଛି ବିଚାରବିମର୍ଶ

ଭୁବନେଶ୍ୱର: ଜୁଲାଇ ୧ରେ କଣ ହେବ ? ଲକ୍‌ଡାଉନ୍ କୋହଳ ହେବ ନା ବଳବତ୍ତର ରହିବ? ରାଜ୍ୟରେ କିଛି ଜିଲ୍ଲାରେ କ୍ରମାଗତ ସଂକ୍ରମଣ କମୁଥିବା ବେଳେ ଆଉ କିଛି ଜିଲ୍ଲାରେ ବଢୁଛି। ସଂକ୍ରମଣ ଟ୍ରେଣ୍ଡକୁ ଦେଖି ରାଜ୍ୟ ସରକାର ଲକ୍‌ଡାଉନ୍ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଡିଏମ୍ଇଟି ନିର୍ଦ୍ଦେଶକ କହିଛନ୍ତି। ଲକ୍‌ଡାଉନ୍ ନିଷ୍ପତ୍ତି ନେବା ପୂର୍ବରୁ ପଜିଟିଭ ହାର, ଦୈନିକ ସଂକ୍ରମଣ, ଟିକାକରଣ, କରୋନା କଟକଣା କେତେ ମାନୁଛନ୍ତି ସେସବୁକୁ ବିଚାର କରିବେ ସରକାର। ସବୁ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରି ଜୁଲାଇ ମାସରେ ନୂଆ କଟକଣା ଜାରି କରାଯିବ।

ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ନିୟନ୍ତ୍ରଣ ସ୍ଥିତିରେ ଥିବା ବେଳେ ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼ ଜିଲ୍ଲାରେ ପଜିଟିଭ ହାର ୫ପ୍ରତିଶତ ଉପରେ ରହୁଛି। ତେଣୁ ଏସବୁ ଜିଲ୍ଲାରେ ଜୁଲାଇ ୧ ପରେ କଣ ହେବ, ସେନେଇ ରାଜ୍ୟ ସରକାର ବିଚାରବିମର୍ଶ କରୁଛନ୍ତି। ରାଜ୍ୟରେ ମୋଟ୍ ୨୧ଟି ଜିଲ୍ଲା ଗ୍ରୀନ୍ ଜୋନରେ ଥିବା ବେଳେ ୪ଟି ଜିଲ୍ଲା ରେଡ୍ ଜୋନରେ ରହିଛି। ସେପଟେ କଟକଣା କୋହଳ କରି ମାସ୍କ ପିନ୍ଧିବା ନିୟମକୁ ଅଧିକ କଡ଼ାକଡି କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

Latest Posts

Don't Miss