spot_img

Latest Posts

ଦେଶରେ ତୃତୀୟ ଲହର ଆସିବାକୁ ଲାଗିବ ୬-୮ ମାସର ସମୟ, ଦ୍ରୁତ ଗତିରେ ହେବ ଟିକାକରଣ: କେନ୍ଦ୍ର

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଛି । ତଥାପି, ଡେଲଟା ଭାରିଏଣ୍ଟ ଆସିବା ପରେ ତୃତୀୟ ଲହରକୁ ନେଇ ଆଶଙ୍କା କରାଯାଉଛି । ଏହି ସମୟରେ ଏକ ଆଶ୍ୱସ୍ଥିକର ଖବର ଆସିଛି । କୋଭିଡ ୱାର୍କିଂ ଗ୍ରୁପ୍ ଚେୟାରମ୍ୟାନ୍ ଡକ୍ଟର ଏନ.କେ ଆରୋଡା କହିଛନ୍ତି ଯେ ତୃତୀୟ ଲହର ପାଇଁ ଆଉ ୬-୮ ମାସ ବାକି ଅଛି। ଜୁଲାଇ କିମ୍ବା ଅଗଷ୍ଟରୁ ପିଲାମାନେ ମଧ୍ୟ ଟିକା ପାଇବେ ବୋଲି ସେ ଆଶା କରାଯାଉଛି । କୋଭିଡ ୱାର୍କିଂ ଗ୍ରୁପ୍ର ଚେୟାରମ୍ୟାନ୍ ଡକ୍ଟର ଏନ.କେ ଆରୋଡା କହିଛନ୍ତି ଯେ ଆଇସିଏମଆର ଏକ ଅଧ୍ୟୟନ କରିଛି, ଏହା ଅନୁଯାୟୀ କରୋନାର ତୃତୀୟ ଲହର ବିଳମ୍ବରେ ଆସିବ। ଆମର ୬-୮ ମାସର ସମୟ ଅଛି । ସମସ୍ତଙ୍କୁ ଟିକା ଦେବା ପାଇଁ ଆମର ବହୁତ ସମୟ ଅଛି । ଆଗାମୀ ଦିନରେ ଆମେ ପ୍ରତିଦିନ ୧ କୋଟି ଟିକା ଦେବୁ।

ପିଲାମାନଙ୍କର ଟୀକାକରଣ ବିଷୟରେ ସୂଚନା ଦେଇ ଡକ୍ଟର ଏନ.କେ ଆରୋଡା କହିଛନ୍ତି ଯେ ଜୁଲାଇ ଶେଷ କିମ୍ବା ଅଗଷ୍ଟ ଶେଷରୁ ୧୨-୧୮ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦିଆଯିବ। ସେ କହିଛନ୍ତି ଯେ, ପିଲାମାନଙ୍କ ଉପରେ ଜାୟଡସ୍ କ୍ୟାଡିଲାର କରୋନା ଟିକା ପରୀକ୍ଷା ପ୍ରାୟ ଶେଷ ହୋଇଛି।

୩୨.୧୭ କୋଟି ଡୋଜ ଦିଆଯାଇଛି
ରବିବାର ସକାଳ ୭ଟା ପର୍ଯ୍ୟନ୍ତ ପ୍ରକାଶିତ ଟୀକାକରଣ ତଥ୍ୟ ଅନୁଯାୟୀ, ଦେଶରେ ଗୋଟିଏ ଦିନରେ ୬୪.୨୫ ଲକ୍ଷ ଆଣ୍ଟି-କୋଭିଡ -19 ଟିକା ଦିଆଯିବା ପରଠାରୁ ଦେଶବ୍ୟାପୀ ଅଭିଯାନ ଅଧୀନରେ ମୋଟ ୩୨.୧୭ କୋଟି ଡୋଜ ଦିଆଯାଇଛି । ଏହା ବ୍ୟତୀତ, ୧୭,୪୫,୮୦୯ ଅଧିକ ନମୁନା ପରୀକ୍ଷା କରାଯାଇଥିଲା । ଏହା ସହିତ ଦେଶରେ ଏପର୍ଯ୍ୟନ୍ତ ୪୦,୧୮,୧୧,୮୯୨ ନମୁନା ପରୀକ୍ଷା କରାଯାଇଛି ।
ଏହି ଟିକା ତୃତୀୟ ଲହର ଉପରେ ପ୍ରଭାବ ପକାଇବ କି ?

ପ୍ରଶ୍ନ ଉଠିଛି ଯେ ଟିକାj ଦୁଇ ଡୋଜ ନେବା ପରେ ଏହି ସଂକ୍ରମଣକୁ ଏଡାଯାଇପାରିବ କି? ଏହାକୁ ନେଇ ବିଶ୍ୱରେ ଆଜିକାଲି ବିଭିନ୍ନ ଗବେଷଣା କରାଯାଉଛି । ସୂଚନା ଯୋଗ୍ୟ ଯେ, ଟିକାର ଦୁଇଟି ଡୋଜ ନେବା ପରେ ଆଉ କରୋନା ହେବ ନାହିଁ ବୋଲି କୌଣସି ଟିକା ଉତ୍ପାଦନକାରୀ କମ୍ପାନୀ ସ୍ପଷ୍ଟ କରିନାହାଁନ୍ତି । କେବଳ ଟିକା ନେବା ପରେ ସଂକ୍ରମଣ ହୋଇଥିଲେ ମଧ୍ୟ ଆପଣଙ୍କୁ ହସ୍ପିଟାଲ ଯିବାକୁ ପଡିବ ନାହିଁ ବୋଲି ଦାବି କରାଯାଉଛି।

Latest Posts

Don't Miss