spot_img

Latest Posts

ଉଦଯାପିତ ହେଲା ବିଜୁ ଯୁବ ଜନତା ଦଳର ରକ୍ତଦାନ ଶିବିର,୮ଦିନରେ ସଂଗ୍ରହ ହେଲା ୬୩୦ ୟୁନିଟ୍ ରକ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳପକ୍ଷରୁ ଆୟୋଜିତ ଆଠଦିନିଆ ରକ୍ତଦାନ ଶିବିର ଆଜି ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ରକ୍ତଦାନ ଶିବିରକୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତରାୟ ଉଦଘାଟନ କରିଥିଲେ। ୮ ଦିନ ଧରି ରାଜ୍ୟବ୍ୟାପି ଚାଲିଥିବା ରକ୍ତଦାନ ଶିବିରରୁ ମୋଟ ୬୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତଦାନ ଶିବିରରେ ଅଧିକରୁ ଅଧିକ ଲୋକ ଆଗ୍ରହ ସହକାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।

ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟଙ୍କ ତତ୍ତ୍ଵବଧାନରେ ଯୁବ ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ ଏବଂ ରାଜ୍ୟ ଉପସଭାପତି ସୁନିଲ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ  ଅଷ୍ଟମ ଦିବସ ରକ୍ତଦାନ ଶିବିରରେ ୧୦୫ୟୁନିଟ ରକ୍ତ ସଂଗ୍ରହ ହୋଇଯାଇଛି।

ଏହି ରକ୍ତଦାନ ଶିବିରରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓଡ଼ିଶା ମୋପରିବାର ଆବାହକ ଅରୂପ ପଟନାୟକ, ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ବିଧାୟକ ସୁଶାନ୍ତ ରାଉତ, ଜିଲ୍ଲା ସଭାପତି ବିନୟଟପ୍ପୋ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧକ୍ଷ ଚିନ୍ମୟ ସହୁ, ବିଜେଡି ଯୁବ ନେତା ରୁଦ୍ର ମହାରଥି,  ରୁଦ୍ର ସାମନ୍ତରାୟ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।  ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଆଶୀଷ ରଞ୍ଜନ ମିଶ୍ର ଏସମ୍ପର୍କରେ ପ୍ରେସ ବିବୃତି ଜାରି କରି ସୂଚନା ଦେଇଛନ୍ତି।

Latest Posts

Don't Miss