ଦେଶରେ ଖସୁଛି କରୋନା ଗ୍ରାଫ୍, ଦିନକରେ ୬୭ ହଜାର ପଜିଟିଭ
1 min readନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଖସୁଛି କରୋନା ଗ୍ରାଫ୍। ୨୪ ଘଣ୍ଟାରେ ୬୭ ହଜାର ୨୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦୀର୍ଘ ୭୧ ଦିନ ପରେ ଦେଶରେ ସବୁଠୁ କମ୍ ଆକ୍ଟିଭ କେସ୍ ରହିଛି। ଏଯାବତ୍ ୮ ଲକ୍ଷ ୨୬ ହଜାର ୭୪୦ ଆକ୍ଟିଭ କେସ୍ ରହିଛି।
India reports 67,208 new #COVID19 cases, 1,03,570 discharges & 2,330 deaths in last 24 hours, as per Health Ministry
Total cases: 2,97,00,313
Total discharges: 2,84,91,670
Death toll: 3,81,903
Active cases: 8,26,740 (lowest after 71 days)Total Vaccination: 26,55,19,251 pic.twitter.com/ImnmFjsAc7
— ANI (@ANI) June 17, 2021
ସେପଟେ ୨ ହଜାର ୩୩୦ ଜଣଙ୍କ ଜୀବନ ନେଇଛି କିଲର କରୋନା । ଦିନକରେ ୧ ଲକ୍ଷ ୦୩ ହଜାର ୫୭୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୭ ଲକ୍ଷ ୩୧୩ ଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି ୨ କୋଟି ୮୪ ଲକ୍ଷ ୯୧ ହଜାର ୬୭୦। ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୧ ହଜାର ୯୦୩ ରହିଛି ।