PNBରେ କେବଳ ୨୫୦ଟଙ୍କାରେ ଖୋଲନ୍ତୁ ଆକାଉଣ୍ଟ, ମାଚ୍ୟୁରିଟି ପରେ ମିଲିବ ୧୫ଲକ୍ଷ ଟଙ୍କା
1 min readନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କ ଝିଅ ପାଇଁ ଏକ ଭଲ ବିନିଯୋଗ କରିବକୁ ଚାହୁଁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏକ ଯୋଜନା ବିଷୟରେ ଅବଗତ କରାଇବୁ । ଯେଉଁଠାରେ ଆପଣ ମାତ୍ର କିଛି ଟଙ୍କା ବିନିଯୋଗରେ ଏକ ଆକାଉଣ୍ଟ୍ ଖୋଲିପାରିବେ । ଆପଣ ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିପାରିବେ | PNBରେ ମାତ୍ର ୨୫୦ଟଙ୍କା ବିନିଯୋଗରେ, ଆପଣ ଆପଣଙ୍କ ଝିଅର ବିବାହଠାରୁ ଆରମ୍ଭ କରି ତାର ପାଠପଢା ପର୍ଯ୍ୟନ୍ତ ଏକ ବଡ଼ ଧନରାଶୀ ସଞ୍ଚୟ କରିପାରିବେ ।
ଏହି ଯୋଜନା ସହ ଜଡିତ କିଛି ବିଶେଷ କଥା
ଯଦି ଆପଣ PNB ରେ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସର୍ବନିମ୍ନ ୨୫୦ ଟଙ୍କା ଜମା କରିବାକୁ ପଡ଼ିବ । ଯେଉଁଠାରେ ଆପଣ ସର୍ବାଧିକ ୧,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଆକାଉଣ୍ଟଟି ଝିଅଟିକୁ ୨୧ ବର୍ଷ ହେବା ପର୍ଯ୍ୟନ୍ତ ପରିଚାଳିତ ହୋଇପାରିବ । ଯଦି ଆପଣ ଚାହାଁନ୍ତି, ମାଚ୍ୟୁରିଟି ରାଶି ଝିଅ ୧୮ ବର୍ଷ ହେବା ପରେ ବାହାର କରିପରିବେ ।
ଗୋଟିଏ ପରିବାରର ଦୁଇ ଝିଅଙ୍କ ପାଇଁ ଆକାଉଣ୍ଟ୍
PNB ରେ, ଗୋଟିଏ ପରିବାରର ସର୍ବାଧିକ ଦୁଇଟି ଝିଅଙ୍କ ପାଇଁ ଏହି ଆକାଉଣ୍ଟ ଖୋଲାଯାଇପାରିବ । ଏହି ଯୋଜନା ଅଧୀନରେ, ପିତାମାତା କିମ୍ବା ଅଭିଭାବକ ଗୋଟିଏ ଝିଅଙ୍କ ନାମରେ PNB ରେ କେବଳ ଗୋଟିଏ ଖାତା ଖୋଲିପାରିବେ । ଝିଅଟିର ବୟସ ୧୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ।
ମାଚ୍ୟୁରିଟି ପରେ, ମିଳିବ ୧୫ ଲକ୍ଷରୁ ଅଧିକ ଟଙ୍କ
ଯଦି ଆପଣ ଏହି ଯୋଜନାରେ ପ୍ରତି ମାସରେ ୩୦୦୦ ଟଙ୍କା ବିନିଯୋଗ କରନ୍ତି, ଅର୍ଥାତ୍ ବାର୍ଷିକ ୩୬୦୦୦ ଟଙ୍କା ବିନିଯୋଗ କରନ୍ତି । ତେବେ ୧୪ ବର୍ଷ ପରେ, ଆପଣ ବାର୍ଷିକ ୭.୬ ସୁଧହାରରେ ୯,୧୧,୫୪୪ ଟଙ୍କା ପାଇବେ । ୨୧ ବର୍ଷରେ ଅର୍ଥାତ୍ ମାଚ୍ୟୁରିଟି ପରେ ଆପଣ ୧୫,୨୨,୨୨୧ ଟଙ୍କା ପାଇବେ ।
ଆକାଉଣ୍ଟ ଖୋଲିବାକୁ ହେଲେ କଣ ଆବଶ୍ୟକ ?
PNB ର ଯେକୌଣସି ଶାଖାରୁ ଆପଣ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟ ଖୋଲିପାରିବେ । ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲିବା ଫର୍ମ, ଝିଅଟିର ଜନ୍ମ ପ୍ରମାଣପତ୍ର, ଜମାକାରୀଙ୍କ ପରିଚୟ କାର୍ଡ ଯେମିତି କି ପାନ କାର୍ଡ, ରେସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ଇତ୍ୟାଦି । ଜମାକାରୀଙ୍କ ଠିକଣାର ପ୍ରମାଣ ପାଇଁ ପାସପୋର୍ଟ, ରାସନ କାର୍ଡ, ବିଦ୍ୟୁତ୍ ବିଲ୍, ଟେଲିଫୋନ୍ ବିଲ୍ ଇତ୍ୟାଦି ଏବଂ ଟଙ୍କା ଜମା କରିବା ପାଇଁ ନେଟ–ବ୍ୟାଙ୍କିଙ୍ଗ ମଧ୍ୟ ବ୍ୟବହାର କରିପାରିବେ ।