spot_img

Latest Posts

ଏଆଇସିଟିଇରୁ ବାଦ ପଡ଼ିଲା ଓଡ଼ିଆ ଭାଷା, କେନ୍ଦ୍ରକୁ ଚିଠି ଲେଖିବେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା କଟକଣା ପାଇଁ ବନ୍ଦ ରହିଛି ସ୍କୁଲ କଲେଜ୍‌। ସ୍କୁଲ ବନ୍ଧ ପାଇଁ ଦେଶରେ ଘରେ ରହିଛି ପିଲା କେମିତି ପାଠ ପଢ଼ିବେ ସେଥିପାଇଁ କେନ୍ଦ୍ର ସରକାର ଅନ୍‌ଲାଇନ୍‌ ଶିକ୍ଷା ଆରମ୍ଭ କରିଥିଲେ। ତେବେ କୋଭିଡ ସମୟରେ ଅନ୍‌ଲାଇନ୍‌ ଶିକ୍ଷାର ବହୁ ପ୍ରଚାର ଓ ପ୍ରସାର ହୋଇଛି। ଦେଶର ସମସ୍ତ ଛାତ୍ରଛାତ୍ରୀ ଏବେ ଅନ୍‌ଲାଇନ୍‌ ଶିକ୍ଷା ଉପରେ ନିର୍ଭର କରୁଛନ୍ତି। ବିଶେଷ କରି ବୈଷୟିକ ଶିକ୍ଷା ପରି ପାଠ୍ୟକ୍ରମ ଯାହା କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ଜାତୀୟ ପ୍ଲାଟଫର୍ମ ସ୍ୱୟଂରେ ପଢ଼ାଯାଉଥିଲା।

ଗତ ବର୍ଷ ନିଷ୍ପତ୍ତି ହୋଇଥିଲା ଯେ ୧୦ଟି ଆଞ୍ଚଳିକ ଭାଷାରେ ପାଠକୁ ଅନୁବାଦ କରି ପଢ଼ାଯିବ। ହେଲେ ଅଲ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ (AICTE)  ଏଥର ଓଡ଼ିଆକୁ ବାଦ ଦେବା ପରିତାପର ବିଷୟ। ଏହାର ପୁନର୍ବିଚାର ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବେ। ଏହି କୋଭିଡ ସମୟରେ ଅନ୍‌ଲାଇନ୍‌ ଶିକ୍ଷାକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ସେ ଦିଗରେ IT ବିଭାଗ କାମ କରୁଛି। ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ କାହିଁକି ବାଦ ଦିଆଗଲା, ସେ ଉତ୍ତର କେନ୍ଦ୍ର ସରକାର ଦିଅନ୍ତୁ ବୋଲି IT ଏବଂ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।

Latest Posts

Don't Miss