spot_img

Latest Posts

ସାବିତ୍ରୀ ପରେ ବୋହୂକୁ ଅତ୍ୟାଚାର, ଗାଁ ଦାଣ୍ଡରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଲା ଶାଶୂ

ଗଞ୍ଜାମ: ଗତକାଲି ଥିଲା ସାବିତ୍ରୀ। ବୋହୂ ନୂଆ ଶାଢ଼ି ସଂଖା ସିନ୍ଦୁର ପିନ୍ଧି ସ୍ୱାମୀର ଦୀର୍ଘ ଜୀବନ କାମନା କରିଥିଲା। ଆଉ ଆଜି ଗାଁର ବିଚ୍‌ ରାସ୍ତା ଉପରେ ବୋହୂ ହେଲା ଅତ୍ୟାଚାରର ଶୀକାର। ଶାଶୂ ଭୁଲିଗଲା ମାନବିକତା। ବୋହୂକୁ ଗାଁ ଦାଣ୍ଡ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଗାଳି ଗୁଲଜ କରିବା ସହ ଅମାନୁଷିକ ଭାବେ ପିଟିଲେ ଶାଶୂ ଏବଂ ଘର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଡ଼ା ଗାଁରେ। ସୂଚନାଅନୁଯାୟୀ ଏହା ପୂର୍ବରୁ ଅନେକ ସମୟରେ ଘରେ ପାରିବାରିକ କଳହ ଲାଗିରହୁ ଥିଲା। ଏମିତି କି ଯୌତୁକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ ଶାଶୂଘର ଲୋକେ। ସ୍ୱାମୀ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରୁଥିବା ବେଳେ ଏପଟେ ଶାଶୂଘର ଲୋକେ ବୋହୂକୁ ନିର୍ଯ୍ୟାତନା ଦେଉଥିବା ପୋଲିସ୍‌ ପାଖରେ ଅଭିଯୋଗ ହୋଇଛି। ଏହାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

Latest Posts

Don't Miss