spot_img

Latest Posts

ଶ୍ରୀମନ୍ଦିର କର୍ମଚାରୀଙ୍କୁ ମିଳୁ କୋଭିଡ୍‌ ଯୋଦ୍ଧା ମାନ୍ୟତା ମିଳୁ ବୋଲି ସରକାରଙ୍କୁ ନିବେଦନ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟ କର୍ମଚାରୀମାନଙ୍କୁ କୋଭିଡ୍‌ ଯୋଦ୍ଧାର ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଥିପାଇଁ ମୁଖ୍ୟ ପ୍ରଶାସକଙ୍କୁ ଶ୍ରୀମନ୍ଦିର କର୍ମଚାରୀମାନେ ଧନ୍ୟବାଦ ଦେଇଛନ୍ତି ।  ଅନ୍ୟପଟେ ରଥଖଳାରେ ତିନି ରଥର ନିର୍ମାଣ କର୍ଯ୍ୟ ଜୋରସୋରରେ ଚାଲିଛି  । ଏବେ ଦଣ୍ଡା ନିର୍ମାଣରେ ମହାରଣା ଓ ଭୋଇ ସେବକ ଲାଗିଛନ୍ତି  । ଶ୍ରୀମନ୍ଦିର କର୍ମଚାରୀଙ୍କୁ ମିଳୁ କୋଭିଡ୍‌ ଯୋଦ୍ଧା ମାନ୍ୟତା। ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିରରେ କାର୍ଯ୍ୟରତ ଜେଟିପି, ଚର୍ଚ୍ଚା ତଥା ଅନ୍ୟ କର୍ମଚାରୀମାନେ ସେବାୟତମାନଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି, ସଂସ୍ପର୍ଶରେ ଆସୁଛନ୍ତି। ଫଳରେ ସେମାନେ ସଂକ୍ରମିତ ହେଉଥିବା ନଜରକୁ ଆସିଛି। କୋଭିଡରେ ଦୁଇଜଣ ପ୍ରାଣ ମଧ୍ୟ ହରାଇଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି ସୁଚାରୁ ରୂପେ ସମ୍ପାଦନ କରିବାରେ ଶ୍ରୀମନ୍ଦିର କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ତେଣୁ ଏହି କର୍ମଚାରୀମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରି ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ମୁଖ୍ୟ ପ୍ରଶାସକ ଦାବି କରିଛନ୍ତି। ଏହି ଉଦ୍ୟମକୁ ଶ୍ରୀମନ୍ଦିର କର୍ମଚାରୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି। ସେପଟେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଏବେ ଜୋରସୋରରେ ଚାଲିଛି। ଆସନ୍ତା ଶୀତଳଷଷ୍ଠୀ ତିଥିରେ ତିନି ରଥର ସମସ୍ତ ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ କରି ଡେରା ଯିବ। ସେପଟେ ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଚାରି ନାହାକା ଉଠିବାକୁ ଥିବାରୁ ଚୌପଟ କାର୍ଯ୍ୟ ଜାରି ରହିଛି। କରୋନା ସଂକ୍ରମଣର ଭୟ ଥିବାରୁ ବାୟୋବବଲ ମଧ୍ୟରେ ରଥ ନିର୍ମାଣ କରାଯାଉଛି।

Latest Posts

Don't Miss