spot_img

Latest Posts

ହୃଦଘାତରେ ଅଭିନେତ୍ରୀ ତରଲା ଜୋଶୀଙ୍କ ଦେହାନ୍ତ

ମୁମ୍ବାଇ: ଟିଭି ସିରିଏଲ୍ ‘ଏକ୍ ହଜାରୋଁ ମେଁ ମେରୀ ବେହେନା ହେ’ରେ ବଡି ବିଜି ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ ତରଲା ଜୋଶୀଙ୍କର ହୃଦଘାତରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ଟିଭି ଇଣ୍ଡଷ୍ଟ୍ରିର ବହୁ ସେଲିବ୍ରିଟି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଅଭିନେତ୍ରୀ ନିଆ ଶର୍ମାଙ୍କ ସହ ‘ଏକ୍ ହଜାରୋଁ ମେଁ ମେରୀ ବେହେନା ହେ’ରେ ତାରଲା ଯୋଶୀଙ୍କୁ ଦେଖିବାକୁ ମିଳିଥିଲା। ନିଆ ଶର୍ମା ତାଙ୍କ ଇନଷ୍ଟାଗ୍ରାମରେ ତରଲାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି। ଏକ ଫଟୋ ସେୟାର କରି ନିଆ ଲେଖିଛନ୍ତି, ଆପଣଙ୍କ ଆତ୍ମାକୁ ​​ଶାନ୍ତି ମିଳୁ ବଡି ବିଜି, ଆପଣ ବହୁତ ମନେ ପଡିବେ । ନିଆଙ୍କ ବ୍ୟତୀତ କୁଶଲ ଟଣ୍ଡନ୍, କରଣ ଟେକର୍ ଏବଂ କ୍ରିଷ୍ଟଲ୍ ଡି’ସୁଜା ମଧ୍ୟ ତରଲାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

‘ଏକ୍ ହଜାରୋଁ ମେଁ ମେରୀ ବେହେନା ହେ’ ବ୍ୟତୀତ ତରଲା ଯୋଶୀ ଅନେକ ଟିଭି ସିରିଏଲରେ କାମ କରିଛନ୍ତି । ‘ସରାଭାଇ ବନାମ ସରାଭାଇ’ ଏବଂ ‘ବନ୍ଦିନୀ’ ଆଦି ରହିଛି। ଅଭିନୟ ଜଗତରେ ପ୍ରବେଶ କରିବା ପୂର୍ବରୁ ତରଲା କଷ୍ଟ୍ୟୁମ ଡିଜାଇନର୍ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଗାନ୍ଧୀ ମାଇଁ ଫାଦର, ମଜିୟାରା ହେ, ହମ ଜୋ କହ ନ ପାଏ ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି।

Latest Posts

Don't Miss